ଜାଲିକାଟ୍ଟୁରେ ଗଲାଣି ୫ ଜୀବନ
ମଦୁରାଇ:- ତାମିଲନାଡୁର ମଦୁରାଇରେ ଆରମ୍ଭ ହୋଇଥିବା ପାରମ୍ପରିକ ପର୍ବ ଜାଲିକାଟ୍ଟୁରେ ୫ଦିନ ମଧ୍ୟରେ ୫ଜଣ ପ୍ରାଣ ହରାଇଥିବାବେଳେ ୫୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ତ୍ରିଚିରେ ଆୟୋଜିତ କରାଯାଇଥିବା ଜାଲିକାଟ୍ଟୁ ପର୍ବରେ ଆଉ ଜଣେ ମୃତ୍ୟୁବରଣ କରିବା ପରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ପୁଲିସର କହିବା ମୁତାବକ, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ବା ଆହତ ହୋଇଛନ୍ତି, ସେମାନେ ଷଣ୍ଢ ସହ ଲଢ଼େଇ କରୁ ନଥିଲେ। ପଡ଼ିଆ ବାହାରେ ରହି ସେମାନେ ଜାଲିକାଟ୍ଟୁ ଦେଖିବା ପାଇଁ ଆସିଥିଲେ । ଦେଖିବା ସମୟରେ କିଛି ଜଣଙ୍କୁ ଷଣ୍ଢ ଆକ୍ରମଣ କରିବାରୁ ସେମାନେ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, ଜାଲିକାଟ୍ଟୁରେ ନିର୍ଦ୍ଧାରିତ ବାଟ ଦେଇ ଷଣ୍ଢକୁ ଭିଡ ଭିତରକୁ ଛଡା ଯିବା ପରେ ଏହା ମଧ୍ୟରେ ଯିଏ କୌଶଳ ଓ ବଳ ଖଟାଇ ଷଣ୍ଢକୁ କାବୁ କରିପାରେ ସେ ହିଁ ବିଜେତା ହୋଇଥାଏ । ବିଜେତାଙ୍କୁ ଉପହାର ମଧ୍ୟ ମିଳିଥାଏ । ତେବେ ଏହି ଖେଳରେ ପୂର୍ବରୁ ଅନେକଙ୍କ ଜୀବନ ଯାଇଥିବା ବେଳେ ଏହାକୁ ବନ୍ଦ କରିବା ନେଇ ଅନେକ ଥର ସ୍ବର ଉତ୍ତୋଳନ କରାଯାଇଛି ।