ଜାଲ୍‍ ପ୍ରମାଣପତ୍ର ଦେଇ ଚାକିରି, ଶିକ୍ଷୟତ୍ରୀଙ୍କ ନାମରେ ଥାନାରେ ଏତଲା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ଜାଲ୍‍ ପ୍ରମାଣପତ୍ର ଦେଇ ଶିକ୍ଷକ ପଦବି ହାତେଇଥିବା ଜଣେ ଶିକ୍ଷୟତ୍ରୀ ତମଳା ବେହେରାଙ୍କ ନାମରେ ମଙ୍ଗଳବାର ଫୁଲବାଣୀ ଟାଉନ୍‍ଥାନାରେ ଫୁଲବାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଏକ ଏତଲା ଦେଇଛନ୍ତି। ଏତଲା ପ୍ରକାରେ ପୁଲିସ୍‍ କେସ ନଂ ୧୦୨/୨୦ ଦଫା ୪୨୦,୪୬୮ ଓ ୪୭୧ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ତମଳା ବେହେରାକୁ ଗିରଫ କରାଯାଇନଥିବା ବେଳେ ତାଙ୍କ ଘର ଫୁଲବାଣୀ ଟାଉନଥାନା ଅନ୍ତର୍ଗତ ଡ଼ାକପାଲା ଅଂଚଳରେ ବୋଲି ପୁଲିସ୍‍ ସୂଚନା ଦେଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଜିଲାରେ ବିଭିନ୍ନ ଅଞ୍ଚଳରେ ଏଭଳି ଅନେକ ଜାଲ୍‍ ବିଭିନ୍ନ ପ୍ରକାର ପ୍ରମାଣପତ୍ର ଦେଇ ଚାକିରି କରିଥିବା ବେଳେ ପରବର୍ତ୍ତି ସମୟରେ ଥାନାରେ ଏତଲା ସହିତ ଅନେକ ମଧ୍ୟ ଗିରଫ ହୋଇଥିବାର ନଜିର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ