ଜାଲ ଦସ୍ତଖତ କରି ଟଙ୍କା ଆତ୍ମସାତ କରିଲେ ପ୍ରଧାନ ଶିକ୍ଷକ

ମୋହନା,(ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକର ଉନ୍ନତି କରଣ ନିମନ୍ତେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଶିକ୍ଷାବିକାଶ ମାଧ୍ୟମରେ ବିଦ୍ୟାଳୟ ଗୁଡିକକୁ ଦେଇ ଥାନ୍ତି ବିଦ୍ୟାଳୟ ପାଚେରୀ ନିର୍ମାଣ, ବିଦ୍ୟାଳୟରେ କଲର କାମ, ସଫା ସୁତରା ମୋ ବଗିଚା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ନିମନ୍ତେ । ଏହି ଟଙ୍କାକୁ ବିଦ୍ୟାଳୟରେ କମିଟି ଗଠନ କରି ଗାଁର କିଛି ଲୋକଙ୍କୁ ନିୟୋଜିତ କରି ଜଡିତ ଆକାଉଟଂରେ ଟଙ୍କା ଛାଡିଥାନ୍ତି ଶିକ୍ଷାବିଭାଗ ହେଲେ ସେ ଟଙ୍କାକୁ ନିଜ ମନମୁଖୀଭାବେ ଜାଲ ଦସ୍ତଖତ କରି ଆତ୍ମସାତ କରିଥିବା ପ୍ରଧାନ ଶିକ୍ଷକ ରମାକାନ୍ତ ନାୟକ ନାମରେ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ କମିଟି । ମୋହନା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ ରୁ ୧୨ କି.ମି ଦୂରରେ ଅବସ୍ଥିତ କେରାଖାଲ ଗ୍ରାମ । ଏଠି ରହିଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାହାକି ୧ମ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ରହିଛି । ଛାତ୍ରଛାତ୍ରୀ ସଂଖ୍ୟା ୮୬ ଥିବା ବେଳେ ଶିକ୍ଷକଶିକ୍ଷୟତ୍ରୀ ୪ ରହିଛନ୍ତି । କମିିଟି ଅଭିଯୋଗ ପ୍ରକାରେ ମହାମାରୀ କରୋନା ସମୟରେ ଅକ୍ଟୋବାର ୨୦୨୦ରେ ପିଲାମାନଙ୍କ ପାଇଁ ପୋଷାକ ନିମନ୍ତେ ଆସିଥିବା ଟଙ୍କାକୁ ପୁଣି ଫେରସ୍ତ କରାଯିବ କହି ସମସ୍ତଙ୍କ ଜାଲି ଦସ୍ତଖତ କରି ୫୦ ହଜାର ଉଠାଇ ନେଇଥିଲେ । ଏହି ବିଷୟରେ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ କୌଣସି ପ୍ରକାର ତଥ୍ୟ ଜଣାଇନଥିଲେ ଟଙ୍କା ଉଠାଇବାର । ବିଦ୍ୟାଳୟ କମିଟି ପ୍ରଧାନ ଶିକ୍ଷକଙ୍କୁ ବାରମ୍ବାର ଟଙ୍କା ଉଠାଇବା ଘଟଣା ପଚାରିଥିଲେ ମଧ୍ୟ ସିଧାସଳଖ ମନା କରିଦେଇଥିଲେ । ପୁଣି ସିଆରସିସିଙ୍କ ଉପସ୍ଥିତରେ ଜାନୁୟାରୀ ମାସ ୮ ତାରିଖରେ ବିଦ୍ୟାଳୟ କମିଟି, ଶିକ୍ଷାକଙ୍କ ଉପସ୍ଥିତିରେ ବୈଠକରେ ମଧ୍ୟ ମନା କରିଥିଲେ ଟଙ୍କା ଉଠାଯାଇନାହିଁ ବୋଲି । ଏହାପରେ ବିଦ୍ୟାଳୟ କମିଟି ମନରେ ସନ୍ଦେହ ଆସିବାରୁ ବ୍ୟାଙ୍କ ଖାତା ମାଗିଥିଲେ କିନ୍ତୁ ପ୍ରଧାନ ଶିକ୍ଷକ ଦେବା ପାଇଁ ମନାକରିଦେଇଥିଲେ । କୌଣସି ଏକ ସହଯୋଗରେ ବ୍ୟାଙ୍କରେ ଯାଇ ଆକାଉଂଟ ଦେଖିବା ବେଳେ ଆକ୍ଟୋବର ମାସ ୨୦୨୦ରେ ଟଙ୍କା ଉଠାଇଥିବା ଦେଖାଦେଇଥିଲା । ଏ ନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ଲୋକଙ୍କ ସମ୍ମୁଖରେ କହିଛନ୍ତି ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଯୁଧିଷ୍ଟିର ବେହେରା କହିବାରୁ ମୁଁ ଟଙ୍କା ଉଠାଇଥିଲି ବୋଲି ମିଥ୍ୟା କଥା କହି ଚାଲି ଯାଇଛନ୍ତି । ଏହାର ସତ୍ୟା ସତ୍ୟ ତଦନ୍ତ କରିବା ସହ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରି ହଡପ ହୋଇଥିବା ଟଙ୍କାକୁ ତୁରନ୍ତ ବିଦ୍ୟାଳୟ କମିଟିକୁ ପ୍ରଦାନ କରାଯାଉ ବୋଲି ଗ୍ରାମର ବିଦ୍ୟାଳୟ ଶିକ୍ଷା କମିଟି ଦାବି କରିଛନ୍ତି । ଏହି ବିଷୟରେ ପ୍ରଧାନ ଶିକ୍ଷକଙ୍କ ମତାମତ ନେବା ପାଇଁ ଯୋଗା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ । ଏହି ବିଷୟରେ ମୋହନା ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଯୁଧିଷ୍ଟିର କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ତଦନ୍ତ କରି ସତ୍ୟା ସତ୍ୟ ଜଣାପଡିବା ପରେ ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ