ଜାଲ ପ୍ରମାଣ ପତ୍ର ଦେଇ ଚାକିରି କରିବା ମହଙ୍ଗା ପଡିଲା

ଧରାକୋଟ , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ତିନିଜଣ ଶିକ୍ଷକ ଧରାପଡିଛନ୍ତି । ସମ୍ପୃକ୍ତ ତିନିଜଣ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଥାନାରେ ଏତଲା ଦାଏର କରିବାକୁ ବିଇଓ ରବିନ୍ଦ୍ର କୁମାର ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁଚନାନୁସାରେ ସନ୍ତୋଷ କୁମାର ସେଠୀ, ବିନୋଦ ବିହାରୀ ସେଠୀ ଓ ବଳରାମ ବିଷୋୟୀ ଚାକିରି କରିବାବେଳେ ମାଟ୍ରିକର ଜାଲ ସାର୍ଟିଫିକେଟ ଦେଇଥିବା ଜଣାପଡିଛି । ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲାରେ ୭ଜଣ ଶିକ୍ଷକ ଏହିପରି ନକଲି ସାର୍ଟିଫିକେଟ ଦେଇ ଧରାପଡିଲେଣି । ଏହାସହ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ପାଞ୍ଚଶହରୁ ଉର୍ଦ୍ଧ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ