ଜାଲ ସାର୍ଟିଫିକେଟ୍ ଦେଇ ବିଦ୍ୟାଳୟରେ ଶିକ୍ଷକତା;କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲାର ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଥିବା ୧୨ ଜଣ ଶିକ୍ଷକ ଜାଲ ସାର୍ଟିଫିକେଟ୍ ରେ ଶିକ୍ଷକତା କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଧରାପଡିଛନ୍ତି । ଉକ୍ତ ଶିକ୍ଷକମାନଙ୍କୁ ନୋଟିସ ଜାରି କରାଯିବା ସହିତ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ କେନ୍ଦୁଝର ଜିଲା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଇଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଡା ବ୍ଲକ ଅନ୍ତର୍ଗତ ବଲାଣୀ ଗ୍ରାମପନଚାୟତର କିରିବୁରୁ ଅଂଚଳରେ ଥିବା ଏକ ସ୍କୁଲର ଜଣେ ଶିକ୍ଷକ ଜାଲ ସାର୍ଟିଫିକେଟ୍ ରେ କାର୍ଯ୍ୟ କରୁଥିବା ନେଇ ଧରାପଡିଥିବା ଜଣାପଡିଛି । ଏ ସମ୍ପର୍କରେ ଯୋଡା ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ଥିବା ଚମ୍ପୁଆ ବିଇଓ ଗୋବର୍ଦ୍ଧନ ନାଏକ ଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଗତ ୨୭/୦୮/୨୦୨୦ ରିଖରେ ଉକ୍ତ ବିଦ୍ୟାଳୟର ଏହି ଶିକ୍ଷକଙ୍କ ନାମରେ ଜାଲ ସାର୍ଟିଫିକେଟ୍ ନେଇ ଏକ ନୋଟିସ ଜାରି କରାଯାଇଥିଲା ଏବଂ ପରେ ଏହି ଶିକ୍ଷକଙ୍କ ବିଇଡି ସାର୍ଟିଫିକେଟ ଜାଲ ଥିବା ନେଇ ଯୋଡା ବ୍ଲକ ଶିକ୍ଷାଧିକାରୀଙ୍କ ପାଖକୁ ଏକ ନୋଟିସ ମଧ୍ୟ ଆସିଥିଲା । ଉକ୍ତ ନୋଟିସରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ଉକ୍ତ ଶିକ୍ଷକ ଜଣକ ୨୦୧୮ ମସିହାରେ ଜାଲ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଥିବା ବିଇଓ ନାଏକ କହିବା ସହିତ ତାଙ୍କ ନାମରେ ୧ ସପ୍ତାହ ମଧ୍ୟରେ ସ୍ଥାନୀୟ ଯୋଡା ଥାନାରେ ଲିଖିତ ଅଭିଯୋଗ କରାଯିବ ବୋଲି ଗୋବର୍ଦ୍ଧନ ନାଏକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ