ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଦୁଇ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ନାମରେ ଥାନାରେ ଅଭିଯୋଗ

ହାଟଡ଼ିହି, (ବିକାଶ କୁମାର ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାତଡ଼ିହି ବ୍ଲକରେ ଦୁଇଜଣ ଶିକ୍ଷକ ଶିକ୍ଷୟତ୍ରୀ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଜଣା ପଡିବା ପରେ ସେମାନଙ୍କ ନାମରେ ଶିକ୍ଷାବିଭାଗ ପକ୍ଷରୁ ଥାନାରେ ଏଫଆଇଆର ଦେବାକୁ ନିର୍ଦ୍ଦେଶ ଦିଅଯାଇଛି। ମାତ୍ର ଦୁଇଦିନ ଧରି ବିଇଓ ଅଫିସ କର୍ତ୍ତୃପକ୍ଷ ସୋସୋ ଥାନା ଓ ନନ୍ଦିପଦା ଥାନା ହେଉଥିବା ବେଳେ କେହି ଏଫଆଇଆର ଗ୍ରହଣ କରିନଥିବା ଜଣାଯାଇଛି। ଗୋଟିଏ ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ କରାଯାଉଥିବା ବେଳେ ପୁଲିସ କାହିଁକି କାଳକ୍ଷେପଣ ନିତୀ ଅବଲମ୍ବନ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଖବରରୁ ଜଣା ଯାଇଛିଯେ ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ପଢ଼ିଆରୀପଲ୍ଲୀ ସର୍କଲର ଶିକ୍ଷୟତ୍ରୀ ସୁନିତା ଦତ୍ତ ଓ ସୋସୋ ସର୍କଲର ସୁଜିତ କୁମାର ମହାନ୍ତି ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଜଣାପଡିଥିଲା। ସେମାନେ୨୦୧୫ରେ ଚାକିରୀରେ ଯୋଗଦେଇଥିବା ବେଳେ ବୁନ୍ଦେଲଖଣ୍ଡ ୟୁନିଭରସିଟି , ଝାନସୀର ବିଇଡି ସାର୍ଟିଫିକେଟ ପ୍ରଦାନ କରିଥିଲେ। ଶିକ୍ଷାବିଭାଗ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ବେଳେ ଏଗୁଡିକ ନକଲି ବୋଲି ଜଣା ପଡିଥିଲା। ଫଳରେ ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ ତାଙ୍କ ଚିଠି ନମ୍ବର ୧୮୧୦ ତା ୨୪/୮/୨୦୨୦ରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ସେହିପରି ଚିଠି ନମ୍ବର ୧୮୫୫ ତା ୨୭/୮/୨୦୨୦ ରେ ସେମାନଙ୍କ ନାମରେ ନିକଟସ୍ଥ ଥାନାରେ ଏଫ ଆଇ ଆର ଦେବାକୁ ଡିପିସି ବିଇଓଙ୍କୁ ନିର୍ଦେଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ