ଜାହାନିଆଁ ଠାରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବେଳାଭୂମି ର ପୀର ଜାହାନିଆ ପୀଠରେ ବାଲିଯାତ୍ରା ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଓ ଛାଡଖାଇ ରେ ଦୁଇ ଦିନ ଧରି ହେବାକୁ ସ୍ଥିର ହୋଇଛି। ଜାହାନିଆଁ ପିରବାବା ଙ୍କ ବାର୍ଷିକଉତ୍ସବ ତଥା ବାଲିଯାତ୍ରା କିପରି ସୁଚାରୁ ରୂପେ ସମ୍ପାଦିତ ହେବ ସେଥିଲାଗି ଏକ ପ୍ରସ୍ତୁତି ବୈଠକ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।ହିନ୍ଦୁ ଓ ମୁସଲିମ ଧର୍ମ ର ଭାଇ ଚାରା ର ପର୍ବ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବାରୁ ମହୋତ୍ସବ ରେ ପ୍ରବଳ ଜନ ସମାଗମ କୁ ଦୃଷ୍ଟିରେ ରଖି ଏହାର ସୁପରିଚାଳନା ନିମନ୍ତେ ବୈଠକ ରେ ଆଲୋଚନା ହୋଇଥିଲା ।ଯାତ୍ରୀ ଙ୍କ ସୁରକ୍ଷା ,ଶୃଙ୍ଖଳିତ ଦର୍ଶନ ,ବେଳାଭୂମିରେ ଲାଇଫ ଗାର୍ଡ ନିୟୋଜନ, ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ ବ୍ୟବସ୍ଥା, ଯାନବାହାନ ପାର୍କିଂ ସ୍ଥାନ ନିରୂପଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୃତୟନ ନେଇ ଆଲୋଚନା କରାଯାଇଥିଲା।।ଅସ୍ତରଙ୍ଗ ଠାରୁ ପୀର ଜାହାନିଆଁ ପର୍ଯ୍ୟନ୍ତ ଖରାପ ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ନେଇ ପଦକ୍ଷେପ ନିଆଯିବ ।ଏହି ବୈଠକ ରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନାୟକ ଙ୍କ ସହିତ ଉପାଧ୍ୟକ୍ଷ ଦୁର୍ଯ୍ୟୟ ମିଶ୍ର , ଏ .ବିଡ଼ିଓ ଯୋଗେନ୍ଦ୍ର ମହାକୁଡ଼, ଜିପିଓ ସିଦ୍ଧାର୍ଥ ସ୍ଵାଇଁ, ପାନୀୟ ଜଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ସତ୍ୟ ପ୍ରକାଶ ମହାନ୍ତି, ଛୁରୀଅନା ପଞ୍ଚାୟତ ସରପଂଚ କ୍ଷୀରୋଦ କାଣ୍ଡି , ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ ,ଯୁବନେତା ଜିତେନ୍ଦ୍ର ନାୟକ, ତହସିଲଦାର ରାଜଲକ୍ଷ୍ମୀ ନାୟକ , ନିମାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ,ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ