ଜାହ୍ନବୀଙ୍କ ଖୁଲାସା: ଭଲ ଅଭିନେତ୍ରୀ ହେବା ପାଇଁ ମା’ଙ୍କ ଠାରୁ ପାଇଥିଲେ ଶିକ୍ଷା
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ମାମି ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିବା ବେଳେ ନିଜ ମା’ଙ୍କୁ ନେଇ ଅନେକ ଖୁଲାସା କରିଥିଲେ । ହିନ୍ଦି ସିନେମା ଓ ଜଣେ ଭଲ ଅଭିନେତ୍ରୀ ହେବା ପାଇଁ କେଉଁ ସବୁ ଗୁଣ ରହିବା ଦରକାର ସେ ବିଷୟରେ ଜାହ୍ନବୀ ଆଲୋଚନା କରିଥିଲେ । ବଲିଉଡରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ତାଙ୍କ ମା’ ତଥା ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ତାଙ୍କୁ କ’ଣ କ’ଣ ସବୁ ଶିଖାଇଥିଲେ ସେ ବିଷୟରେ କହିଥିଲେ ଜାହ୍ନବୀ ।
ଜାହ୍ନବୀଙ୍କ କହିବା ଅନୁଯାୟୀ, ମା’ ମାତେ ସବୁବେଳେ ଭଲ କଳାକାର ହେବା ପାଇଁ କେଉଁ ସବୁ ଗୁଣ ରହିବା ଦରକାର ତାହା ଶିଖାଉଥିଲେ । ସେ କହୁଥିଲେ କି, ତୁମେ ଯାହା ବି ଭାବୁଛ ଓ ତୁମ ମନରେ ଯାହା ବି ଚାଲୁଛି, ତାହା ତୁମ ଚେହେରାରେ ସ୍ପଷ୍ଟ ଜଣା ପଡ଼ି ଯାଇଥାଏ । ସେଥିପାଇଁ ଜଣେ ଭଲ କଳାକାର ହେବା ପାଇଁ ପ୍ରଥମେ ଭଲ ମଣିଷ ହେବା ଦରକାର । କାରଣ କ୍ୟାମେରା ସବୁ ଦେଖିଥାଏ ।


