ଜାହ୍ନବୀଙ୍କ ନିକଟତର ହେଉଛନ୍ତି କାର୍ତ୍ତିକ
ସାରା ଅଲ୍ଲୀ ଖାନ୍ଙ୍କଠାରୁ ବ୍ରେକ୍ ହେବା ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍ ଏବେ ଜାହ୍ନବୀ କପୁରଙ୍କ ନିକଟତର ହେଉଛନ୍ତି । ଉଭୟ ଫିଲ୍ମ ଦୋସ୍ତାନା-୨ରେ ନଜର ଆସିବେ ବୋଲି ଜଣାପଡିଛି । କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଶୁଟିଂ ବେଳର ଏକ ଫଟୋ କାର୍ତ୍ତିକ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଦୋସ୍ତାନା-୨ ବ୍ୟତୀତ ଇମତିଆଜ ଅଲ୍ଲୀଙ୍କ ଲଭ୍ ଆଜକାଲ୍-୨ ମଧ୍ୟ କାର୍ତ୍ତିକ ନଜର ଆସିବେ । ଏଥିରେ କାର୍ତ୍ତିକଙ୍କ ସହ ସାରା ଅଲ୍ଲୀ ଖାନ୍ ନଜର ଆସିବେ । ସାରା ଅଲ୍ଲୀ ଖାନ ଏବଂ କାର୍ତ୍ତିକ ଆର୍ଯ୍ୟାନ୍ଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ଉଠିଥିଲା । ଉଭୟ ମଧ୍ୟ ଏହାକୁ ସ୍ୱୀକାର କରିଥିଲେ । ନିକଟରେ ଉଭୟଙ୍କ ବ୍ରେକ୍ ଅପ୍ ହୋଇଯାଇଥିବା କୁହାଯାଉଛି ।


