ଜିଆଇଟି ଗୁଣୁପୁରରେ ଅଗ୍ନିକାଣ୍ଡ, ଓଜେଇ ମେଇନ୍ ପରୀକ୍ଷା ଅଧାରୁ ବନ୍ଦ

ରାୟଗଡା/ ଗୁଣୁପୁର, (ଡଃ ଶିବ ନାରାୟଣ ପାତ୍ର): ଗାନ୍ଧୀ ଯାନ୍ତ୍ରିକ ବୈାଷୟିକ ବିଶ୍ବ ବିଦ୍ୟାଳୟର କମ୍ପୁଟର ଲ୍ୟାବ୍ ରେ ଭୟାବହ ଅଗ୍ନି କାଣ୍ଡ ଘଟିଛି । ହୁତୁହୁତୁ ହୋଇ ଜଳୁଛି। ପ୍ରଚୁର ଧୂଆଁ ବାହାରୁଛି । ନିଆଁକୁ ଆୟତ କରୁଛି ଗୁଣୁପୁର ଦମକଳ ବାହିନୀ। ଅଧା ରୁ ବନ୍ଦ ହେଲା ଓଜେଇ ମେନ୍ ପରୀକ୍ଷା । ଫଳରେ ପିଲାଙ୍କ ଭବିଷ୍ୟତକୁ ନେ଼ଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦ୍ବିତୀୟ ସିଟିଂରେ ପରୀକ୍ଷା ଚାଲୁଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଅବଶିଷ୍ଟ ୨୦ ମିନିଟ ପରୀକ୍ଷା ଦେଇ ପାରିଲେ ନାହିଁ। ତେବେ ତୃତୀୟ ସିଟିଂରେ ଅବଶିଷ୍ଟ ସମୟର ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଜିଆଇଟିର ରେଜିଷ୍ଟର କହିଛନ୍ତି। ବାସ୍ତବରେ ତଳ ମହଲାରେ ନିଆଁ ଲାଗିଯିବାରୁ ଉପର ମହଲାରେ ପରୀକ୍ଷା ଦେଉଥିବା ପିଲା ଧୂଆଁରେ ଅଣନିଶ୍ବାସୀ ହୋଇ ପଡ଼ିଥିଲେ। ତୁରନ୍ତ ବିଶ୍ବ ବିଦ୍ୟାଳୟ କର୍ତ୍ତୁପକ୍ଷ ପିଲାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଏଥିରେ ଜଣେ ବୟସ୍କ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ ଗୁଣୁପୁରରେ ଚିକିତ୍ସା ପରେ ରାୟଗଡାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା କିପରି ଅଛି ତାର ଯାଞ୍ଚ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଏଭଳି ଅଭାବନୀୟ ଘଟଣା ପିଲାଙ୍କ ପରୀକ୍ଷା ଉପରେ ପ୍ରଭାବ ପକାଇପାରେ ବୋଲି ଅଭିଭାବକମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ