ଜିଆରଏସଙ୍କୁ  ର୍ଦୁବ୍ୟବହାର, ସରପଞ୍ଚଙ୍କ ନାମରେ ଥାନାରେ ମାମଲା ରୁଜୁ 

ହାଟଡିହି, (ବିକାଶ ବିଶ୍ୱାଳ) :-ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଜଣେ କାର୍ଯ୍ୟରତ ଜିଆରଏସଙ୍କୁ ସରପଞ୍ଚ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ସରପଞ୍ଚଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବା ଜଣାଯାଇଛି । ଓରାଳି ପଞ୍ଚାୟତର ଜିଆରଏସ ମନୋଜ କୁମାର ମହାନ୍ତି ଥାନାରେ ନନ୍ଦିପଦା ଥାନାରେ କରିଥିବା ଅଭିଯୋଗ ଅନୁଯାଇ ସେ ୧୭ବର୍ଷ ହେଲା ଏହି ପଞ୍ଚାୟତରେ କାମ କରି ଆସୁଛନ୍ତି । ଏବେ ମନରେଗା ଯୋଜନାରେ ଏକ ଅଯୋଗ୍ୟ ଜମିର ଜିଓଟ୍ୟାଗ କରିବାକୁ ନେଇ ସରପଞ୍ଚ ଓ ଜିଆରଏସଙ୍କ ଭିତରେ ବିବାଦ ଦେଖାଦେଇଥିଲା । ଏହାକୁନେଇ ସରପଞ୍ଚଓ ତାଙ୍କ ସମର୍ଥକ ମାନଙ୍କ ସହିତ ୨୩ତାରିଖରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପାଟିତୁଣ୍ଡ ଓ ଝଗଡା ଝାଟି ହୋଇଥିଲା । ଏନେଇ ସରପଞ୍ଚ ଓ ଜିଆରଏସ ପୃଥକ ପୃଥକ ଭାବେ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ପରଦିନ ଅର୍ଥାତ  ଗତ ୨୪ତାରିଖ ଦିନ ସକାଳ ୭ଟା ୩୦ମିନିଟ ସମୟରେ ଜିଆରଏସ ଜଣକ ଅଫିସରେ ଥିବା ନିଜ ପ୍ରକୋଷ୍ଠରେ ବସି କାମ କରୁଥିବାବେଳେ ସରପଞ୍ଚ ହରିଶ୍ଚନ୍ଦ୍ର ଜେନା ସେଠାରେ ପହଞ୍ଚି କମ୍ପୁ୍ୟଟରକୁ ଖୋଲିଦେଇ ଅଶାଳୀନ ଭାଷାରେ ଗାଳି ଗୁଲଜ କରି ତୁରନ୍ତ ପଞ୍ଚାୟତରୁ ବାହାରିଯାଅ ନଚେତ ବହୁତ ଖରାପ ହେବ ବୋଲି କହି ଧମକ ଚମକ ଦେଇଥିଲେ । ଆଉ କିଛି ସରପଞ୍ଚଙ୍କ ସମର୍ଥକ ତାଙ୍କୁ ଟଣାଘୋଷରା କରି ଜୋର ଜବରଦସ୍ତ ଅଫିସରୁ ବାହାରକରି ତାଳା ପକାଇ ଦେଇଥିଲେ । ଯଦି ପୁନର୍ବାର କେବେ ପଞ୍ଚାୟତ ଅଫିସରେ ପାଦ ରଖିବୁ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ୨୬/୦୫/୨୦୨୨ରେ ଥାନା କେସନଂ ୧୧୫ ଦଫା ୩୪୧, ୨୯୪, ୩୨୩, ୩୫୩, ୫୦୬,୩୪ଆଇପିସିରେ ଏକ ମାମଲା ରୁଜୁକରିଛି । ଏ ସମ୍ପର୍କ ରେ ସରପଞ୍ଚ ହରିଶ୍ଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେ ପଞ୍ଚାୟତ ନିର୍ବାଚନ ପରଠାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁନଥିଲେ । ଏନେଇ ଏକ ପଞ୍ଚାୟତ ରେଜୁ-ଲେସନ କରାଯାଇ ବିଡିଓଙ୍କୁ ଦିଆଯାଇଥିଲା । ତା ପରଦିନ ସେ କାର୍ଯ୍ୟାଳୟକୁ ଆସିବାରୁ ଆମେ ତାଙ୍କୁ ବାରଣ କରିଥିଲୁ ଯେ ଯଦି ସବୁଦିନ କାର୍ଯ୍ୟାଳୟ ଆସିବୁ ତାହାହେଲେ ଆସ ନହେଲେ ଆସନା । ସେପରି କିଛି ର୍ଦୁବ୍ୟବହାର କରିନାହୁଁ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ