ଜିଉରାରେ ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜିଉରା ଗ୍ରାମ ପଞ୍ଚାୟତରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ବ୍ଲକ୍ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ- ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ସଂଶ୍ଳିଷ୍ଟ କୃଷି , ମତ୍ସ୍ୟ , ଉଦ୍ୟାନ ବିଭାଗ ଅଧିକାରୀ କର୍ମଚାରୀଙ୍କ ସହ ବ୍ଲକରେ କାର୍ଯ୍ୟରତ ୯ ଗୋଟି ପଞ୍ଚାୟତର ୫୨ ଗୋଟି ଗାଁରେ କାର୍ଯ୍ୟରତ ୧୩ ଗୋଟି ଜଳ ବିଭାଜିକା ସଂଘ ସଦସ୍ୟ କାର୍ଯ୍ୟକର୍ତ୍ତା ସମୂହ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାୟକ,ଜିଲ୍ଲା ପରିଷଦ ସଭ୍ୟା ସୁଲତା ରାଣୀ ସ୍ୱାଇଁ ଓ ମାମାନୀ ପାତ୍ର,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ରଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ। ଏହା ସହ ବିଭାଗୀୟ ଅଧିକାରୀଙ୍କ ସହ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର , ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ବିଭାଗୀୟ ସହକାରୀ ନିର୍ଦ୍ଦେଶିକା ସୁଶ୍ରୀ ଇପସିତା ମିଶ୍ର, ଉପନିର୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ପଟ୍ଟନାୟକ, ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ନରେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଉପଭୋକ୍ତା ଚାଷୀ ଏବଂ ଜଳ ବିଭାଜିକା ସଂଘ୍ କର୍ମକର୍ତ୍ତାଙ୍କ ଠାରେ ଜଳ ସଂରକ୍ଷଣର ବାର୍ତ୍ତା ପ୍ରଦାନ ସହ ସଚେତନତା କରିଥିଲେ। ଏହାସହ ଜଳ ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିଥିବା ବହୁ କାର୍ଯ୍ୟକର୍ତ୍ତା ଙ୍କୁ ବିଭାଗ ପକ୍ଷରୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଜଳ ଓ ମୃତ୍ତିକା ସଂରକ୍ଷଣ ଜନିତ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଜୀଉରା ପଞ୍ଚାୟତ ସରପଞ୍ଚ ଲୀସାରାଣୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାନଖେମୁଣ୍ଡି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଇଞ୍ଜିନିୟର ସିମାଞ୍ଚଳ ହୋତା,ଟି ଜାନକୀ ରାଓ ,ସିମାଞ୍ଚଳ ସେଠି, ରାମକୃଷ୍ଣ ପଟ୍ଟନାୟକ ଙ୍କ ସମେତ ଉଦ୍ୟାନ ଅଧିକାରୀ ସୁରଭି ଗଡ଼ନାୟକ ,ମତ୍ସ୍ୟ ଅଧିକାରୀ ଜୟଶ୍ରୀ ଦେବୀଙ୍କ ସହ ଜିଲ୍ଲା ପ୍ରାଣୀ ବିଭାଗ ପଦାଧିକାରୀ ପ୍ରମୁଖ ପରିଚାଳନାଗତ ସହଯୋଗ କରିଥିଲେ। ଶେଷରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ନରେନ୍ଦ୍ର ପଣ୍ଡା ନିମନ୍ତ୍ରିତ ଅତିଥି ଓ ଜନସାଧାରଣ ଙ୍କ ଶୃଙ୍ଖଳିତ ସହଯୋଗରେ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ