ଜିଏମ୍ ନାରାୟଣ ମେହେର ମୃତ ଘଟଣାର ନୁଆ ମୋଡ

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଜଳ ବିଦୁତ ପ୍ରକଳ୍ପର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦଙ୍କ ମେହେର ମୃତ୍ୟୁ ଘଟଣାର ନୂଆ ମୋଡ ନେଇଛି । ପୂର୍ବରୁ ମ୍ୟାନେଜରଙ୍କୁ କେହି ହତ୍ୟା କରିଥିବା ତାଙ୍କର ପରିବାର ଲୋକ ଅଭିଯୋଗ କରୁଥିବା ବେଳେ ପୋଲିସ ତଦନ୍ତ ଜାରୀ ରଖିଥିଲା । ପୋଲିସ ତରଫରୁ ତଦନ୍ତ ସମୟରେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତଦନ୍ତ ସମୟରେ ଟାୱାର ଉପରୁ ଜୋତା ଓ ବାଳ ତାଙ୍କର ଲାଗି ରହିଥିବା ବେଳେ ପୋଲିସ ଟାୱାରରେ ଚର୍ମ ଓ ରକ୍ତ ବାଳ ଲାଗିଛି । ତେଣୁ ପୋଲିସ ଆତ୍ମହତ୍ୟା କରିଥିବା ସଂନ୍ଦେହ କରୁଛି । ଗତ ୧୭ ତାରିଖରୁ ସେ ନିଖୋଜ ରହିଥିବା ବେଳେ ୫ ଦିନ ପରେ ମୁଖିଗୁଡା ଟାୱାର ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କର ମୃତ୍ୟୁକୁ ନେଇ ଏବେ ମଧ୍ୟ ସଂନ୍ଦେହ ଜାରୀ ରହିଛି । ସେ କାହିଁକି ହତ୍ୟା କଲେ, କଣ ହୋଇପାରେ ସମସ୍ତ ଘଟଣାକ ୁ ନଜରରେ ରଖି ତଦନ୍ତକୁ ତ୍ୱରାନିତ କରିବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ