ଜିଏସଏଲଭିର ଚତୁର୍ଥ ଦଫା କାର୍ଯ୍ୟକ୍ରମ ଚାଲୁରଖିବା ନେଇ କ୍ୟାବିନେଟର ଅନୁମୋଦନ

ଜିଏସଏଲଭିର ଚତୁର୍ଥ ଦଫା କାର୍ଯ୍ୟକ୍ରମକୁ ଚାଲୁ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କମିଟି ମଞ୍ଜୁରି ପ୍ରଦାନ କରିଛନ୍ତି । ୨୦୨୧-୨୦୨୪ ମଧ୍ୟରେ ୫ଟି ଜିଏସଏଲଭି ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି । ଜିଏସଏଲଭିର ଚତୁର୍ଥ ଦଫା କାର୍ଯ୍ୟକ୍ରମ ଜିଓ ଇମେଜିଂ, ନାଭିଗେସନ, ଡାଟା ରିଲେ ଯୋଗାଯୋଗ ଏବଂ ମହାକାଶ ବିଜ୍ଞାନ ପାଇଁ ୨ ଟନ ଓଜନର ଉପଗ୍ରହ ଉତକ୍ଷେପଣ କରାଇବାରେ ସମର୍ଥ ହେବ । ଆର୍ଥିକ ଆବଶ୍ୟକତା: ଏହି କାର୍ଯ୍ୟକ୍ରମ ପାଇଁ ମୋଟ ୨୭୨୯.୧୩ କୋଟି ଟଙ୍କା ଆବଶ୍ୟକ ହେବ ଏବଂ ଏଥିରେ ୫ଟି ଜିଏସଏଲଭି ଯାନର ବ୍ୟୟ, ଆବଶ୍ୟକୀୟ ସୁବିଧା ଜନିତ ବ୍ୟୟ, କାର୍ଯ୍ୟକ୍ରମ ପରିଚାଳନା, ଉତକ୍ଷେପଣ ଅଭିଯାନ ଏବଂ ବର୍ତମାନର ଜିଏସଏଲଭି କାର୍ଯ୍ୟକ୍ରମକୁ ଚାଲୁ ରଖିବା ନେଇ ଆବଶ୍ୟକୀୟ ଅତିରିକ୍ତ ବ୍ୟୟ ସାମିଲ ରହିଛି । ଲାଭ: ଜିଏସଲଭି ଚତୁର୍ଥ ଦଫା କାର୍ଯ୍ୟକ୍ରମ ଦ୍ୱାରା ଉପଗ୍ରହ ନାଭିଗେସନ ସେବା ପ୍ରଦାନ କରିବା ନେଇ ଉପଗ୍ରହମାନଙ୍କର ଉତକ୍ଷେପଣ ଆବଶ୍ୟକତା, ଭାରତୀୟ ମନୁଷ୍ୟ ମହାକାଶଚାରୀ କାର୍ଯ୍ୟକ୍ରମ ଏବଂ ପରବର୍ତୀ ମଙ୍ଗଳ ଗ୍ରହ ମିଶନ ପାଇଁ ତଥ୍ୟ ରିଲେ ଯୋଗାଯୋଗ ସୁବିଧା ମିଳିପାରିବ । ଭାରତୀୟ ଉଦ୍ୟୋଗ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ମଧ୍ୟ ଏହା ଦ୍ୱାରା ନିଶ୍ଚିତ ହୋଇପାରିବ । ପ୍ରୟୋଗ ରଣନୀତି ଏବଂ ଲକ୍ଷ୍ୟ: ଜିଏସଏଲଭି ଚତୁର୍ଥ ଦଫା କାର୍ଯ୍ୟକ୍ରମ ଅନ୍ତର୍ଗତ ବର୍ଷକୁ ଦୁଇଥର ଉତକ୍ଷେପଣ କରାଯାଇ ପାରିବ । ଭାରତୀୟ ଉଦ୍ୟୋଗମାନଙ୍କର ଭାଗିଦାରିତା ଏ କ୍ଷେତ୍ରରେ ବିଶେଷ ଭାବେ ରହିବ । ୨୦୨୧-୨୪ ମଧ୍ୟରେ ସମସ୍ତ କାର୍ଯ୍ୟକ୍ଷମ ଉପଗ୍ରହମାନଙ୍କର ନିର୍ମାଣ ସମ୍ପୂର୍ଣ୍ଣ କରାଯିବ । ପ୍ରମୁଖ ପ୍ରଭାବ: ଜିଏସଏଲଭିର କାର୍ଯ୍ୟକାରିତା ଦେଶକୁ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଏବଂ ପାଣିପାଗର ସୂଚନା ପ୍ରଦାନ କରୁଥିବା ଦୁଇଟନ ଓଜନର ଉପଗ୍ରହ ଉତକ୍ଷେପଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ସାମର୍ଥ୍ୟ ପ୍ରଦାନ କରିଛି ।
ଜିଏସଏଲଭି ଚାଲୁରହିବା କାର୍ଯ୍ୟକ୍ରମ ଜାତୀୟ ଆବଶ୍ୟକତା ପାଇଁ ନୂତନ ପୀଢ଼ିର ନାଭିଗେସନ ଉପଗ୍ରହ, ଡାଟା ରିଲେ ଯୋଗାଯୋଗ ଉପଗ୍ରହ ଏବଂ ଇଂଟରପ୍ଲାନେଟାରୀ ମିଶନ ଇତ୍ୟାଦି ସହିତ ଏହିପରି ଉପଗ୍ରହ ଉତକ୍ଷେପଣ କରିବାରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ସହିତ ଏହାର ସାମର୍ଥ୍ୟକୁ ବୃଦ୍ଧି କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ