ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ଯୋଡ଼ା/ବଡ଼ବିଲ, (ସମୀର କୁମାର ଦାସ):ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କାଶିଆ ଆଇରନ ଏଣ୍ଡ ଡୋଲାମାଇଟ ଖଣି ଅଞ୍ଚଳରେ ଏକ ଦୁଇ ଦିନିଆ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଲଭିପିଇଆଇ ସହଭାଗିତାରେ ଜିନ୍ଦଲ ଫାଉଣ୍ଡେସନର ଦୃଷ୍ଟି କାର୍ଯ୍ୟକ୍ରମ ଅଧୀନରେ ଅନୁଷ୍ଠିତ ଏହି ପରୀକ୍ଷଣ ଶିବିରକୁ ଭଦ୍ରାସାହି ସରପଞ୍ଚ ଶ୍ରୀମତୀ ପ୍ରମିଳା ନାଏକ ଓ କାଶିଆ ମାଇନ୍ସ ୟୁନିଟ୍ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ଏହି ଶିବିରର ମୋଟ ୪୦୫ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୧୦ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୪୧ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଛି। ଜିନ୍ଦଲ ଫାଉଣ୍ଡେସନ ସହଯୋଗରେ ସେମାନଙ୍କର ଅସ୍ତ୍ରୋପାଚର କରାଯିବ। ଏହି ଶିବିବରେ ସେରେଣ୍ଡା ଓ ଭଦ୍ରାସାହି ପଞ୍ଚାୟତର ୧୦ଟି ଗ୍ରାମର ବାସିନ୍ଦାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଡ୍ରାଇଭର ଓ ଖଣିରେ କାମ କରୁଥିବା କର୍ମଚାରୀଙ୍କ ଚକ୍ଷୁ ପରୀକ୍ଷଣ ହୋଇଥିଲା।ପାରିପାର୍ଶ୍ୱିକ ଅଞ୍ଚଳର ସାମାଜିକ ବିକାଶକୁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର ସର୍ବାଧିକ ପ୍ରାଥମିକତା ଦେଉଥିବା ବେଳେ ଜିନ୍ଦଲ ଫାଉଣ୍ଡେସନ ଏହି ଲକ୍ଷ୍ୟ ହାସଲ କରିବା ପାଇଁ କାମ କରିଆସୁଛି। ସ୍ଥାନୀୟ ଅଞ୍ଚଳରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଓ କ୍ରୀଡ଼ାର ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ