ଜିନ୍ଦଲ ଫିଲ୍ମସ୍ ୟୁରୋପ ପକ୍ଷରୁ ବାର୍ଷିକ ୫-୧୦ ନୂଆ ଅଭିନବ ଫିଲ୍ମସ୍ର ଉନ୍ମୋଚନ କରାଯିବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ୟାକେଜିଂ ଶିଳ୍ପର ଅଗ୍ରଣୀ ସଂସ୍ଥା ଜିନ୍ଦଲ ଫିଲ୍ମସ୍ ୟୁରୋପ ପକ୍ଷରୁ ବାର୍ଷିକ ୫-୧୦ ନୂଆ ଅଭିନବ ଫିଲ୍ମସ୍ ଉନ୍ମୋଚନ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରାଯାଇଛି । ପରିବର୍ତିତ ଗ୍ରାହକ ଦୃଶ୍ୟପଟ୍ଟରେ ଶିଳ୍ପ ଓ ଚୂଡ଼ାନ୍ତ ବ୍ୟବହାରକାରୀମାନଙ୍କ ଲାଗି ସ୍ଥାୟିତ୍ୱ ଆଗକୁ ବଢ଼ାଇବାରେ କମ୍ପାନିର ପ୍ରତିବଦ୍ଧତାକୁ ଏହି ଉନ୍ମୋଚନ ଦର୍ଶାଉଛି । କମ୍ପାନି ଉତ୍ପାଦ ନବସୃଜନଠାରୁ ଆରମ୍ଭ କରି ରିସାଇକ୍ଲିଂ ଅଭିଯାନରେ ଭାଗ ନେବା ଏବଂ ରିସାଇକଲ୍ ଓ ଅକ୍ଷୟ ଉପକରଣ ବ୍ୟବାର କରିବା ଲାଗି ଉଦ୍ୟମ କରୁଛି ।ଗ୍ରାହକମାନଙ୍କ ମଧ୍ୟର ସ୍ଥାୟିତ୍ୱକୁ ପ୍ରାଥମିକତା ପ୍ରଦାନ କରାଯାଉଥିବାରୁ ପରିବେଶ ଅନୁକୂଳ ପ୍ୟାକେଜିଂ ସମାଧାନ ବିକାଶ କରିବାରେ କମ୍ପାନି ନିଜକୁ ଆଗରେ ଉପସ୍ଥାପନ କରିଛି । କମ୍ପାନି ସ୍ଥାୟୀ, ରିସାଇକଲ୍ ଫିଲ୍ମ ସୃଷ୍ଟି କରିବା ଲାଗି ଗବେଷଣା ଓ ବିକାଶ ତଥା ମାନୁଫାକ୍ଚରିଂ ଦକ୍ଷତାରେ ବ୍ୟାପକ ନିବେଶ କରିଛି । ଏ ସମ୍ପର୍କରେ ଜିନ୍ଦଲ ଫିଲ୍ମସ ୟୁରୋପ (ଜେଏଫ୍ଇ)ର ସିଇଓ ମାଫ୍ରେଡ୍ କୌଫମ୍ୟାନ୍ କହିଛନ୍ତି ଯେ, “ଜେଏଫ୍ଇରେ ଆମେ ସ୍ଥାୟିତ୍ୱ ଆହ୍ୱାନ ପ୍ରତି ପ୍ରତିକ୍ରିୟାଶୀଳ ଥିବା ବେଳେ ପ୍ୟାକେଜିଂ ଭବିଷ୍ୟତକୁ ପ୍ରତ୍ୟକ୍ଷ ଭାବେ ଆକାର ପ୍ରଦାନ କରୁଛୁ । ଗ୍ରାହକମାନଙ୍କ ସହିତ ଆମର ନିବିଡ଼ ସହଯୋଗିତା ଆମକୁ ଏଭଳି ଫିଲ୍ମ ବିକାଶ କରିବାରେ ସହାୟକ ହେଉଛି ଯାହା ସେମାନଙ୍କ ମହତ୍ୱକାଂକ୍ଷୀ ସ୍ଥାୟିତ୍ୱ ଲକ୍ଷ୍ୟ ପୂରଣ କରୁଛି ।”ଜେଏଫ୍ଇ ପକ୍ଷରୁ ୧୨ରୁ ୭୦ ମାଇକ୍ରନ୍ ମୋଟେଇର ପର୍ଯ୍ୟନ୍ତ ବିବିଧ ସ୍ତରର ଫିଲ୍ମ ବିକାଶ କରାଯାଉଛି ଯାହା ସ୍ପଟିକ, ଧଳା, ଧାତବ, କୋଟେଡ ଓ ଅଣ କୋଟେଡ୍ରେ ଉପଲବ୍ଧ ହେଉଛି । କମ୍ପାନିର ଅଭିନବ ଦକ୍ଷତା ପାଇଁ ବର୍ଷକୁ ୧୦ ନୂଆ ଉତ୍ପାଦ ଉନ୍ମୋଚନ କରାଯିବ ଯାହାକୁ ସ୍ଥାୟିତ୍ୱ ଓ ରିସାଇକଲ୍ ଢ଼ାଂଚା ପାଇଁ ବିକାଶ କରାଯାଇଛି । ବିଓପିପିରେ କମ୍ପାନି ହାସଲ କରିଥିବା ଉନ୍ନତି ପାଇଁ ମୋନୋ-ପିପି, ରିସାଇକଲ୍ ଢାଂଚା ସୃଷ୍ଟି କରିବା ସମ୍ଭବ ହୋଇଛି । ଆଲୁମିନିୟମ ଫଏଲ୍, ଆଲୋକ୍ସ ବଦଳରେ ଏହି ଉନ୍ନତ ଉପକରଣଗୁଡ଼ିକୁ ବ୍ୟବହାର କରାଯାଇପାରିବ । କମ୍ପାନି ପକ୍ଷରୁ ଏଥି-ଲାଇଟ୍ ଟ୍ରେଡମାର୍କ ଅଧୀନରେ ନୂଆ ବିଓପିଇ ଉପସ୍ଥାପନ କରାଯାଇଛି । ପିଇଟି ଫିଲ୍ମ ବଦଳରେ ସେଗୁଡ଼ିକୁ ବ୍ୟବହାର କରିବା ଲାଗି ବିକାଶ କରାଯାଇଛି । କମ୍ପାନି ଏଥି-ଲାଇଟ୍ ବର୍ଗରେ ନିରନ୍ତର ସମ୍ପ୍ରସାରଣ କରୁଛି ଯାହାକୁ ଉଭୟ ଡୁପ୍ଲେକ୍ସ ଓ ଟ୍ରିପ୍ଲେକ୍ସ ମୋନୋ-ପିଇ ପ୍ୟାକେଜିଂ ଢାଂଚା ଲାଗି ବିକାଶ କରାଯାଉଛି ।କମ୍ପାନିର ପ୍ରବକ୍ତା କହିଛନ୍ତି ଯେ, “ସ୍ଥାୟିତ୍ୱ ପ୍ରତି ଆମ ପ୍ରତିବଦ୍ଧତା କେବଳ ଉତ୍ପାଦଠାରୁ ଆହୁରି କିଛି ଅଧିକ । ଦକ୍ଷ ଶକ୍ତିଠାରୁ ଅକ୍ଷୟ ଶକ୍ତି ଉତ୍ସ ପର୍ଯ୍ୟନ୍ତ ଶିଳ୍ପ ଓ ଗ୍ରାହକରେ ପରିବର୍ତନ ଆଣିବା ସହ ନମନୀୟ ପ୍ୟାକେଜିଂକୁ ସମ୍ପୂର୍ଣ୍ଣ ନୂଆ ରୂପରେ ଦେଖିବା ଲାଗି ଆମ ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ପରିବେଶ ମିତବ୍ୟୟୀ କରିବା ଲାଗି ଆମେ ନିରନ୍ତର ଭାବେ ଉପାୟ ସନ୍ଧାନ କରୁଛୁ ।”ସର୍କୁଲାର ଅର୍ଥନୀତି ପାଇଁ ପ୍ୟାକେଜିଂ ଶିଳ୍ପର ବୃହତର ସ୍ୱାର୍ଥ ସହ ସମନ୍ୱିତ ହୋଇ ଜିନ୍ଦଲ ଫିଲ୍ମସ ୟୁରୋପ କାର୍ଯ୍ୟ କରୁଛି ଯେଉଁଥିର ପୃଥିବୀର ସମ୍ପଳର ସଂରକ୍ଷଣ ଓ ପରିବେଶ ଉପରେ ପ୍ରଭାବକୁ କମ୍ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ସିଇଏଫ୍ଏଲ୍ଇଏକ୍ସର ଜଣେ ସକ୍ରିୟ ସଦସ୍ୟ ଭାବେ ସର୍କୁଲାର ଅର୍ଥନୀତି ମଡଲ୍ ପାଇଁ ମୂଲ୍ୟ ଶୃଙ୍ଖଳା ଲାଗି କମ୍ପାନି ସହଯୋଗିତା କରିଛି । କମ୍ପାନିର ଦୁଇ ପ୍ରମୁଖ ସ୍ତମ୍ଭ ବିଓପିପି ଓ ବିଓପିଇ ହେଉଛି ଏହି ଉଦ୍ୟମର ମୂଳ କେନ୍ଦ୍ରରେ ରହିଛି । କମ୍ପାନି ପକ୍ଷରୁ ଆଇଇ ବର୍ଗର ଉତ୍ପାଦ ମଧ୍ୟ ଶୁଭାରମ୍ଭ କରାଯାଇଛି ଯାହା ଜରିଆରେ ନିଜ ଉତ୍ପାଦରେ ରିସାଇକଲ୍ ଓ ଅକ୍ଷୟ ଉତ୍ପାଦ ବ୍ୟବହାର କରାଯାଉଛି । ସ୍ଥାୟୀ ପ୍ୟାକେଜିଂ ସମାଧାନରେ ଅଗ୍ରଣୀ ରହିବା ଲାଗି ଜେଏଫ୍ଇ ପ୍ରତିବଦ୍ଧ ରହିଛି ।