ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଯୋଡ଼ା/ବଡ଼ବିଲ, (ସମୀର କୁମାର ଦାସ):ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି) ପକ୍ଷରୁ ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନ୍ସା ଓ କାସିଆ ମାଇନ୍ସରେ ବଡ଼ ଉତ୍ସାହର ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯ।ଇଛି। ପେଲେଟ ପ୍ଲାଣ୍ଟରେ ୟୁନିଟ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମଡି, କାସିଆ ଆଇରନ ଏଣ୍ଡ ଡୋଲୋମାଇଟ ମାଇନ୍ସରେ ୟୁନିଟ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର ଓ ଟେନ୍ସା ଟିଆରବି ମାଇନସରେ ଭାରପ୍ରାପ୍ତ ୟୁନିଟ ହେଡ୍ ଶ୍ରୀ ଅଭିମନ୍ୟୁ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜେଏସପିର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ବ୍ୟାବସାୟିକ ସହଯୋଗୀ ସାମିଲ ହୋଇଥିଲେ।ସାଧାରଣତନ୍ତ୍ର ଦିବସ ଅବସରରେ ଜେଏସପିର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ତାଙ୍କ ସ୍ୱତନ୍ତ୍ର ବାର୍ତ୍ତାରେ ସମ୍ବିଧାନ ନିର୍ମାତା, ସ୍ୱାଧୀନତା ସଂଗ୍ରାମୀ ଓ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗଣତନ୍ତ୍ର ତିନିଟି ସ୍ତମ୍ଭ; ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଉପରେ ପ୍ରତିଷ୍ଠିତ ଏବଂ ଏହା ‘ଆମେ’ ଅର୍ଥାତ ଭାରତୀୟଙ୍କ ଦ୍ୱାରା ସମୃଦ୍ଧ ହୋଇଛି। ତେଣୁ ନ୍ୟାୟ, ସ୍ୱାଧାନତା, ସମାନତା ଓ ଭାଇଚାରାକୁ ନୀତିକୁ ନେଇ ସମୃଦ୍ଧ ସମ୍ବିଧାନର ସମ୍ମାନ ବଜାୟ ରଖିବା ଆମର ଦାୟିତ୍ୱ ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି।ଗତ ୭୫ ବର୍ଷ ମଧ୍ୟରେ ଭାରତ ଭାକ୍ରାନଙ୍ଗଲ ଡ୍ୟାମରୁ ଆରମ୍ଭ କରି ମହାକାଶର ଜୟଯାତ୍ରା; ଚନ୍ଦ୍ରାୟନ, ଆଦିତ୍ୟ ଏଲ୍-୧ ଏବଂ ଆଗାମୀ ଦିନର ଗଗନାୟନ ଭଳି କୀର୍ତ୍ତିମାନ ଏହାର ଅନ୍ତର୍ଭୁକ୍ତ। ସେହିଭଳି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଟଳ ସେତୁ, ଚେନାବ ରେଲଓ୍ୱେ ବ୍ରିଜ, ଅଟଳ ଟନେଲ, ନୂଆ ବିମାନ ବନ୍ଦର, ମେଟ୍ରୋ ଏବଂ ରେଳଓ୍ୱେର ବିସ୍ତାରିତ ନେଟ୍ଓ୍ୱର୍କର ନିର୍ମାଣ ଭାରତକୁ ଦୃତ ଅଭିବୃଦ୍ଧିକାରୀ ଦେଶର ଦୌଡ଼ରେ ସାମିଲ କରିଛି ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶ୍ରୀ ଜିନ୍ଦଲ ଉଲ୍ଲେଖ କରିଛନ୍ତି, “ତ୍ରିରଙ୍ଗା କେବଳ ଗୋଟିଏ ପତାକା ନୁହେଁ, ଏହା ଆମ ଏକତା, ଅଖଣ୍ଡତା, ଓ ଜାତୀୟ ପରିଚୟର ପ୍ରତୀକ। ଏହା ତଳେ ଆମେ ସମସ୍ତେ ଏକ ଏବଂ ଆମର ଗୋଟିଏ ପରିଚୟ ଭାରତୀୟ”।ପେଲେଟ ପ୍ଲାଣ୍ଟ, କାସିଆ ଓ ଟେନ୍ସା ମାଇନ୍ସରେ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କର୍ମଚାରୀ ଓ ସେମାନଙ୍କ ପରିବାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଦେଶପ୍ରୀତି ଓ ଜାତୀୟତାର ନିଦର୍ଶନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ