ଜିନ୍ସ ପିନ୍ଧି ହଟହଟା ହେଲେ ଶିକ୍ଷକ
(ଯୁଗାବ୍ଦ ନ୍ୟୁଜ୍)-ଜିନ୍ସ ପିନ୍ଧି ସ୍କୁଲ ଯାଇ ହଟହଟା ହୋଇଛନ୍ତି ଶିକ୍ଷକ ଏହା ସହ ତାଙ୍କର ଗୋଟିଏ ଦିନର ଦରମା କାଟିଜିଆଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ହେଖିବାକୁ ମିଳିଛି ଗଞ୍ଜାମ ଜିଲା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ଚିକିଲି ନୋଡାଲ୍ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ବିନା ୟୁନିଫର୍ମରେ ଜିନ୍ ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧି ସ୍କୁଲକୁ ଆସିଥିଲେ । ଠିକ୍ ଏହି ସମୟରେ ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ ବ୍ଲକ ଶିକ୍ଷା ନିରିର୍କ୍ଷକ । ଶିକ୍ଷକଙ୍କ ଏଭଳି ଅବତାର ଦେଖି ବିରକ୍ତି ଭାବ ପ୍ରକାଶ କରିଥିଲେ ବିଓ । ଯାଞ୍ଚ କରିବାପରେ ଜଣାପଡିଲା ଯେ, ଉକ୍ତ ଶିକ୍ଷକ କେବେବି ୟୁନିଫର୍ମ ଆସନ୍ତି ନାହିଁ ।