ଜିନ୍ କାଷ୍ଟେକ୍ସ ହେଲେ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ

ପ୍ୟାରିସ୍: ବରିଷ୍ଠ ପ୍ରଶାସନିକ ଅଧିକାରୀ ଜିନ୍ କାଷ୍ଟେକ୍ସଙ୍କୁ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶୁକ୍ରବାର ନିଯୁକ୍ତି ଦିଆଯାଇଛି। ତାଙ୍କୁ ଦେଶର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ପଦରୁ ଏଡୋଆର୍ଡ ଫିଲିପ୍ ଇସ୍ତଫା ଦେବାର କେଇ ଘଣ୍ଟା ପରେ କାଷ୍ଟେକ୍ସଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ଏଲିସି ପ୍ୟାଲେସ୍ ପକ୍ଷରୁ ଜାରି ଏକ ବିବୃତିରେ ଏହି ସୂଚନା ଦିଆଯିବା ସହ ତୁରନ୍ତ କାଷ୍ଟେକ୍ସଙ୍କୁ ନୂଆ ସରକାର ଗଠନ କରିବାକୁ କୁହାଯାଇଛି। ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ଲକଡାଉନ୍ ଜାରି ହୋଇଥିଲେ ହେଁ ପରେ ଏହାକୁ ପ୍ରତ୍ୟାହାର କରିବା ଦିଗରେ ଯୋଜନାବଦ୍ଧ ପଦକ୍ଷେପ ପାଇଁ କାଷ୍ଟେକ୍ସଙ୍କୁ ବେଶ୍ ପ୍ରଶଂସା କରାଯାଇଥିଲା। ତେବେ ପୂର୍ବରୁ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଖ୍ୟାତି ଅର୍ଜନ କରିଥିବା କାଷ୍ଟେକ୍ସଙ୍କ ନିକଟରେ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିବାର ଅଭିଜ୍ଞତା ନାହିଁ। ଅବଶ୍ୟ ସେ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜିଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟ କରିଛନ୍ତି। ତା’ଛଡ଼ା ତାଙ୍କର ସ୍ବାସ୍ଥ୍ୟ କ୍ଷେତ୍ରରେ ଅଭିଜ୍ଞତା ରହିଛି ଓ ସେ ଦେଶର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ କାର୍ଯ୍ୟ କରିବାର ଅନେକ ବର୍ଷର ଅଭିଜ୍ଞତା ପାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ