‘ଜିନ୍’ ବିକି ରାଜସ୍ୱ ଭରଣା କରିବାକୁ ପ୍ରୟାସ

ଲଣ୍ଡନ: କରୋନା ମହାମାରୀ ଜନିତ ଆର୍ଥିକ ପ୍ରଭାବରୁ କେହି ବାଦ ପଡ଼ିନାହାନ୍ତି । ବ୍ରିଟେନ ରାଜପ୍ରସାଦ ବକିମହାମ ପ୍ୟାଲେସକୁ ମଧ୍ୟ ପର୍ଯ୍ୟଟକମାନେ ଆସିବା ସଂଖ୍ୟା ହ୍ରାସ ପାଇଛି । ପର୍ଯ୍ୟଟନ ରାଜସ୍ୱ ହ୍ରାସ ପାଇଥିବାରୁ ରାଣୀ ଏଲିଜାବେଥ-୨ ‘ଜିନ’ ବିକି ରାଜସ୍ୱ ଭରଣା କରିବାକୁ ପ୍ରୟାସ କରିଛନ୍ତି । ବକିଂହାମ ପ୍ୟାଲେସ ପରିସର ତଥା ରାଣୀଙ୍କ ବଗିଚାରେ ଉପଲବ୍ଧ ବିଭିନ୍ନ ଔଷଧୀୟ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀରୁ ଉକ୍ତ ‘ଜିନ’ ପ୍ରସ୍ତୁତ କରାଯାଇଛି । ଫଳରେ ଆଗାମୀ ଦିନରେ ରାଣୀ ପିଇବାକୁ ପସନ୍ଦ କରୁଥିବା ‘ଜିନ’କୁ ଗ୍ରାହକମାନେ ମଧ୍ୟ ପିଇବାର ସୁଯୋଗ ପାଇବେ । ଏହି ସ୍ୱତନ୍ତ୍ର ପାନୀୟ ପ୍ରସ୍ତୁତିରେ ରାଣୀଙ୍କର ମଧ୍ୟ ସ୍ୱତନ୍ତ୍ର ଯୋଗଦାନ ରହିଥିବା କୁହାଯାଉଛି । ଅନଲାଇନରେ ଏହା ବକିଂହାମ ପ୍ୟାଲେସ ୱେବସାଇଟରେ ଉପଲବ୍ଧ ହେଉଛି । ଗୋଟିଏ ବୋତଲ ଜିନର ଦାମ ୪୦ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ୩୭୮୩ ଟଙ୍କା ରହିଛି । କେବଳ ବ୍ରିଟେନରେ ଏହାର ଡେଲିଭରି ଦିଆଯତିବ । ଏହି ପାନୀୟ ବିକ୍ରିରୁ ଯେଉଁ ଅର୍ଥ ସଂଗ୍ରହ ହେବ ତାହା ବକିଂହାମ ପ୍ୟାଲେସକୁ ପରିଚାଳନା କରୁଥିବା ସଂସ୍ଥା ରୟାଲ ଟ୍ରଷ୍ଟ କଲେକ୍ସନକୁ ଯିବ । ଖରାଦିନେ ଲୋକଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଏହି ପାନୀୟର ଯଥେଷ୍ଟ ଚାହିଦା ରହିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ