ଜିପିଏର ସାଧାରଣ ବୈଠକ ଓ ହେଲପିଙ୍ଗ ହ୍ୟାଣ୍ଡ ସଦସ୍ୟଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଘୁମୁସର ଫୋଟ ଗ୍ରାଫର ଆସୋସିଏସନ ତରଫରୁ କରୋନା ମହାମାରୀ ସମୟରେ ମୃତ୍ୟୁବରଣ କରିଥିବା କରୋନା ରୋଗୀଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ଦେଇଥିବା ଭଞ୍ଜନଗର ଲଣ୍ଡେଇସାହି ସ୍ଥିତ ସ୍ୱେଚ୍ଛାସେବୀ ସଙ୍ଗଠନ ହେଲପିଙ୍ଗ ହ୍ୟାଣ୍ଡର ୪ଜଣ ସଦସ୍ୟଙ୍କୁ କରୋନା ଯୋଦ୍ଧା ଭାବେ ରବିବାର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି।ଜିପିଏର ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଭଞ୍ଜନଗର ୟୁଜେଏ ସଭାପତି ତଥା ଜିପିଏର ସଭାପତି ଜୟକୃଷ୍ଣ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ଉପସଭାପତି ଚକ୍ରପାଣି ପ୍ରଧାନ, ସମ୍ପାଦକ ସାଗର ବେହେରା,ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର ଓ ବାସୁଦେବ ଲାମିନେସନର ମୁଖ୍ୟ ସୁଧୀର ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଚକ୍ଷୁ ରୋଗୀଙ୍କ ସୁବିଧା ଦୃଷ୍ଟିରୁ ଜିପିଏ ତରଫରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରିବା ପାଇଁ ମତ ପ୍ରକାଶ ପାଇଥିଲା।ଏହା ଆସନ୍ତା ଡିସେମ୍ବର ମାସ ମଧ୍ୟଭାଗରେ କରିବା ପାଇଁ ସ୍ଥିର କରାଗଲା।ଏଥି ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ଜିପିଏ ସାମିଲ ହୋଇ ଲୋକଙ୍କ ସେବା କରିବ ଏବଂ ଫୋଟ ଗ୍ରାଫର ମାନେ ସବୁ କାର୍ଯ୍ୟରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଉତ୍ତମ ସେବା ପ୍ରଦାନ କରିବାକୁ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ।ଏଥିରେ ସମୀର ସ୍ଵାଇଁ, ନିରଞ୍ଜନ ପ୍ରଧାନ,ସମୀର ବେହେରା,ସୁକୁ ମହାନ୍ତି,ସୁଶାନ୍ତ, ସିପୁ, ଅନୀଲ ଓ ଅନ୍ୟମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ