ଜିପିଏ ଚକ୍ଷୁ ଚିକିତ୍ସା ଶିବିରରେ ୧୨୫ରୋଗୀଙ୍କ ଚିକିତ୍ସା ଓ ୧୫ଜଣଙ୍କ ଅସ୍ତ୍ରୋପଚାର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଅଞ୍ଚଳରେ ଚକ୍ଷୁ ରୋଗୀଙ୍କ ଚିକିତ୍ସା ପାଇଁ ଘୁମୁସର ଫୋଟ ଗ୍ରାଫର ଆସୋସିଏସନ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ,ସମରଝୋଳର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ରବିବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି, ଶଙ୍କର ଚକ୍ଷୁ ଚିକିତ୍ସାଳୟର ପରିଚାଳକ ଚିତ୍ରସେନ ଗୌଡ଼ ଓ ଘୁମୁସର ଫୋଟଗ୍ରାଫର ଆସୋସିଏସନର ସଭାପତି ଜୟକୃଷ୍ଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଜିପିଏର ଏଭଳି ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମ ଯୋଗୁଁ ବହୁ ଚକ୍ଷୁରୋଗୀ ଉପକୃତ ହୋଇପାରିବେ ବୋଲି ଅତିଥିମାନେ କହିଥିଲେ।ଏହି ଶିବିରରେ ମୋଟ ୧୨୫ଜଣ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରି ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରିବା ସହ ୧୫ଜଣଙ୍କ ଅସ୍ତ୍ରୋପଚାର ପାଇଁ ସେମାନଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଛି।ଜିପିଏ ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ସଂଘର ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର,ଉପସଭାପତି ଚକ୍ରପାଣି ପ୍ରଧାନ, ସମ୍ପାଦକ ସାଗର ବେହେରା,ସହ ସମ୍ପାଦକ ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ସମୀର ସ୍ଵାଇଁ,ସନ୍ତୋଷ କୁମାର ପଣ୍ଡା, ଶୁକୁ ମହାନ୍ତି, କୁମାର ନାରାୟଣ ପଣ୍ଡା,ସିପୁ ମହାନ୍ତି, ସୁଶାନ୍ତ ସ୍ଵାଇଁ,ସୁଶାନ୍ତ କୁମାର ପରିଡ଼ା, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଏବଂ କର୍ମଚାରୀ ଓ ଅନ୍ୟମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ