ଜିପ ଓଲଟି ୫ ମୃତ ,୫ ଗୁରୁତର
ମାଣ୍ଡି (ଯୁଗାବ୍ଦ ନ୍ୟୁଜ) : ହିମାଂଚଳ ପ୍ରଦେଶର ମାଣ୍ଡି ଜିଲ୍ଲାସ୍ଥିତ ପଧାର ଅଂଚଳରେ ଏକ ଖାତରେ ଜିପ ଓଲଟି ୫ ଜଣଙ୍କର ମୃତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡକାଲରେ ଭର୍ତ୍ତି କରାଯାଇଛି । ଯାତ୍ରୀ ମାନଙ୍କୁ ଧରି ଜିପ ଗାଡିରେ ଯାଉଥିବା ସମୟରେ ଗାଡିର ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡକୁ ଜିପଟି ଓଲଟି ପଡିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।