ଜିମ ନଖୋଲିବା ପାଇଁ ଯୁବକଙ୍କୁ ଧମକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅର୍ନ୍ତଗତ ପାଳାସପୁର ଠାରେ ଜିମ୍ ଖୋଲିଥିବା ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରି ୫ ଅଭିଯୁକ୍ତ ଗିରଫ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି ଏ ନେଇ ପାଟପୁର ପୋଲିସ ୮୨୯/୨୩ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।ପାଟପୁର ପୋଲିସ ସୂତ୍ରରୁ ପ୍ରକାଶ ଯେ କାହୁଁ ଚରଣ ଭୂୟାଁ (୨୩) ପିତା ଭାଗିରଥି ନାରାୟଣପୁର ବ୍ରହ୍ମପୁର ସଦର ଥାନା ହୋଇଥିବା ବେଳେ ସେ ପାଟପୁର ଥାନା ଅର୍ନ୍ତଗତ ପାଳାସପୁର ଗ୍ରାମର ଓମ୍ ଶାନ୍ତି ନିକଟସ୍ଥ ଏକ ଭଡ଼ା ଘରେ ଜୀମ ବ୍ୟାୟାମ କେନ୍ଦ୍ର ଖୋଲିଥିଲେ। ଜୀମ୍ କେନ୍ଦ୍ର ବନ୍ଦ କରିବା ପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୧୫ ଜଣ ଅଚାନକ ଉକ୍ତ କେନ୍ଦ୍ରରେ ପଶି ଆକ୍ରଣ କରି କିଛି ଟଙ୍କା ଜିନିଷ ପତ୍ର ନେଇଥିବା ପାଟପୁର ଥାନା ରେ କାହ୍ନୁ ଚରଣ ଭୂୟାଁ ଏତାଲା ଦେଇଥିବା ଜଣାପଡିଛି। ଆକ୍ରମଣ ଫଳରେ ମୁହଁ କୁ ମାଡ଼ ମାରିବା ଫଳରେ ସାଙ୍ଘାତିକ ଗୁରୂତର ହୋଇ ଆଡପଡା ମେଡିକାଲ ଚିକିତ୍ସିତ ହେଉଛନ୍ତି।ଏନେଇ ପାଟପୁର ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଅନ୍ୟମାନଙ୍କୁ ଧରିବା ପାଇଁ ଯୋଜନା ଚଳାଇଛି ।ଅଭିଯୁକ୍ତ ମାନେ ହେଲେ ସିଦ୍ଧାନ୍ତ ପାଢ଼ୀ(୨୪) ପିତା ଜଗନ୍ନାଥ,ବିକ୍ରମ ଦାସ( ୨୧) ପିତା ନିରଜନ,ଅଜୟ କୁମାର ଗୌଡ଼(୨୫) ପିତା ଲଡୁ,ସୁଶାନ୍ତ ଦାସ(୨୯) ପିତା ଭୀମ,ଦିଗପହଣ୍ଡି ଥାନା ସାହାଣିସାହି ଭବରୁଣ ଦାସ(୨୨) ପିତା ନିରାକାର,ଦିଗପହଣ୍ଡି ଥାନା ସାହାଣିଷାହି ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଆକ୍ରମଣ ର କାରଣ ଜାଣିବା ପାଇଁ ପଚାରିବାରୁ ଏନେଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି ଘଟଣାର ତଦନ୍ତ ଚାଲିଛି ଏଥିରେ ଯେଉଁ ମାନେ ସଂପୃକ୍ତି ଅଛନ୍ତି ଗିରଫ କରାଯିବା


