ଜିରାଙ୍ଗ ଗାଁକୁ କନଣ୍ଟେମେଣ୍ଟ ଯୋନ ଘୋଷଣା
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଜିରାଙ୍ଗ ଗାଁରେ କରୋନା ପୋଜେଟିଭ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁକୁ ଆଗାମୀ ଗୋଟିଏ ସପ୍ତାହ ପାଇଁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରାଯାଇଛି। ଏପଟ ଅନ୍ୟ ଗ୍ରାମବାସୀମାନେ ମୁଖ୍ୟ ରାସ୍ତାରେ ପଥର ଓ ଗଛ ପକାଇ ରାସ୍ତାକୁ ଅବରୋଧ କରିଥିବା ବେଳେ ଖବର ପାଇ ବିଡ଼ିଓ ପହଞ୍ଚି ରାସ୍ତା ଅବରୋଧ ହଟାଇଛନ୍ତି । ତେବେ କଣ୍ଟେନମେଣ୍ଟ ଯୋନ ଗ୍ରମବାସୀଙ୍କୁ ପ୍ରଶାସନ ପକ୍ଷରୁ ମେଡିକାଲ ଟେଷ୍ଟ ସହ ଆବଶ୍ୟକୀୟ ସାମଗ୍ରୀଯୋଗାଇଦିଆଯିବା ବୋଲି ବିଡ଼ିଓ କହିଛନ୍ତି ।