ଜିରାଙ୍ଗ ଗ୍ରାମରେ ବିଜେଡି କର୍ମୀ ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମର ବଡଦାଣ୍ଡ ଠାରେ ଆଜି ବିଜେଡିର କର୍ମୀ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଥିରେ ରାୟଗଡ ବ୍ଲକର ବହୁ ସରପଞ୍ଚଙ୍କ ସମେତ, ବିଶ୍ୱହିନ୍ଦୁପରିଷଦ, ବଜରଙ୍ଗ ଦଳ ଓ ଆର୍‌ଏସ୍‌ଏସ୍‌ର ବହୁ କର୍ମୀଙ୍କ ସମେତ ବହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଥିଲେ । ଏହି ଅବସରରେ ସାଂସଦ ଶ୍ରୀସାହୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍‌ଏସ୍‌ଏସ୍‌ର ବାପା । ଯଦି ସାରା ପୃଥିବୀରେ ଗୋଟେ ପ୍ରତିଯୋଗିତା ହେବ ମିଛ ଯିଏ ସବୁଠୁ ଅଧକ କହିବା ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ବାକି ସେ ଯେଉ ଯାଗାକୁ ଯାଉଛନ୍ତି ସେଠାରେ ସେ ସେଠାକାର ସଂସ୍କୃତି ଓ ପରମ୍ପରାକୁ ଆଦରି ନେଇ ମିଛ ଭାଷଣ ଦେଉଛନ୍ତି । ଡି ମନିଟାଇଜେସନ କରି ଲୋକଙ୍କ ଆର୍ଥିକ ସ୍ଥିତ ମେରୁଦଣ୍ଡ ଭାଙ୍ଗି ଦେଇ ଦେଶର ଅର୍ତନୈତିକକୁ ପୁରା ଦୋହଲାଇଦେଲେ । ଗଜପତି ଜିଲ୍ଲା ରାଜୟଗ ବ୍ଲକର ଜୋନ୍ ନଂ ୧୪ ଯହାକି ବିଜେପି ଗଡ କୁହାଯାଉଥିଲା ତାହାରି ଛାତି ଉପରେ ବିଜେଡି ଠିଆ ହୋଇ ଆଗାମୀ ନିର୍ବାଚନ ପାଇଁ ରଣହୁଂକାର ଦେଇ ବରିଷ୍ଠ ବିଜେପି ଓ କଂଗ୍ରେସ କର୍ମୀମାନଙ୍କୁ ଦଳରେ ସାମିଲ କରି ନିର୍ବାଚନ ପାଇଁ ବିରୋଧୀ ଦଳକୁ ଖୁଲମ୍‌ଖୁଲା ଭାବେ ଡାକରା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ମହିଳା ବିଜେଡି ସଭାତି ପୂର୍ଣ୍ଣବାସୀ ନାୟକ, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାଜ୍ୟ ସମ୍ପାଦକ ମାରୁତ କୁମାର ପାଳ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍‌.ଲିଙ୍ଗରାଜୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଆର୍‌.ବିଜୟ କୁମାର, ରାୟଗଡ ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ବ୍ଲକ ଉପାଧ୍ୟକ୍ଷା ଟି.ଇଶ୍ୱରି, ବିଜେଡି ସଂଖ୍ୟାଲଘୁର ରାଜ୍ୟ ସମ୍ପାଦକ ଡ.ପଲ୍ଲଭ କୁମାର ଲିମ୍ମା, ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ଙ୍କ ସମେତ ରାୟଗଡ ବ୍ଲକର ସମସ୍ତ ବିଜେଡି ବ୍ଲକସ୍ତରୀୟ ନେତା ଓ କର୍ମକର୍ତ୍ତା ଉପସ୍ଥିତଥିଲେ । ତେବେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିିଜେଡି ଦଳର ରାୟଗଡ ବ୍ଲକରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଦୁଇଟି ଜୋନର ଜିଲ୍ଲା ପରିଷଦ ୨୧ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଯେପରି ଦଳୀୟ ପ୍ରାର୍ଥୀ ହୋଇ ବିଜୟ ଲାଭ କରିପାରିବେ ସେ ଉପରେ ଗୁରୁତ୍ୱଦେବା ସହ ପ୍ରତି ପଞ୍ଚାୟତ କର୍ମୀ ସଜାଗ ହୋଇ ତୃଣମୂଳସ୍ତରରେ କିଭଳି ସକ୍ରିୟ କର୍ମୀ ରହି ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭ କରିବେ ସେ ନେଇ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସମେତ ନେତା ଓ କର୍ମୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ