ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାରେ ଦିନତମାମ ବର୍ଷା ହେବ । ଏବଂ ସନ୍ଧ୍ୟା ସମୟ ଠାରୁ ଅଧିକରୁ ଅଧିକ ବର୍ଷା ସହ ପବନର ବେଗ ବୃଦ୍ଧି ହୋଇ ରାତିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଠିରେ ରଖି ରବିବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓସ୍ୱାନ ହଲରେ ଆଭାସୀ ବୈଠକ ଆଗତ କରି ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ୍ ବିଭାଗ, ଅଗ୍ନିଶ୍ରମ ବିଭାଗ, ଓଡ୍ରାଫ୍ ଟିମ୍ କୁ ସତର୍କ ଏବଂ ପୂର୍ବ ପ୍ରସ୍ତୁତି କରି ସଜାଗ ରହିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ସମୁଦାୟ ୬୧୮୭୫ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କରି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଉଚ୍ଚ ସ୍ଥାନରେ ଥିବା ବିଦ୍ୟାଳୟ ମାନଙ୍କରେ ଲୋକଙ୍କୁ ରହିବା ଏବଂ ରନ୍ଧା ଖାଦ୍ୟ ଯୋଗାଇବା ନେଇ କୁହାଯାଇଛି । ଜିଲ୍ଲାରେ ୩୩୩ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ଚିକିତ୍ସାଳୟ କିମ୍ବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ନଦୀ ଅଂଚଳ, ତଳିଆ ଓ ଖାଲୁଆ ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଦିଗରେ ନିଶ୍ଚ୍ଖଚ୍ଛ ହେବବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିପଦପୂର୍ଣ୍ଣ ଅଂଚଳର ୧୦ ରୁ ୧୨ ଜଣ ଗାଁ ଲୋକଙ୍କର ଟେଲିଫୋନ ନମ୍ବର ରଖିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କ ସହିତ ଯୋଗାଯୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇପାରିବ । ରାଜ୍ୟ ବିପର୍ଯ୍ୟୟ ପୋରିଚାଳନା ବିଭାଗ ପକ୍ଷରୁ ଆସିଥିବା ଏନଡିଆରଏଫ ଓ ଓଡ୍ରାଫ୍ ଟିମ୍ କୁ ପାତ୍ରପୁର, ସୋରଡା, ଆସିକା, ପୁରୁଷୋତ୍ତମପୁର, ସେରଗଡ, ଗଞ୍ଜାମ, ଗୋପାଳପୁର ପ୍ରଭୃତି ଅନ୍ୟାନ୍ୟ ଅଂଚଳରେ ମୃତୟନ କରି ସେମାନଙ୍କୁ ପୂର୍ବ ପ୍ରସ୍ତୁତି କରି ରଖିବାକୁ କୁହାଯାଇଛି । ଲାଇଭ ଜାକେଟ ଯଥେଷ୍ଠ ପରିମାଣରେ ନଥିବା ଯୋଗୁଁ ବହୁ ପରିମାଣରେ ଟ୍ୟୁବ ମହଜୁଦ୍ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହଜୁଦ୍ ରହିଥିବା ବୋଟ ଗୁଡିକର ଯାଂଚ କରି ପୂର୍ବ ପ୍ରସ୍ତୁତି କରି ରଖିବା ପାଇଁ ଜଣାଇ ଦିଆଯାଇଛି । ବିଦ୍ୟୁତ ସରବରାହ ବ୍ୟାଘାତ ହୋଇପାରେ । ଏଣୁ ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ୍ଣକ୍ସନେରେଟ ଗୁଡିକ ଠିକଠାକ କରି ପୂର୍ବ ପ୍ରସ୍ତୁତି କରି ରଖିବାକୁ କୁହାଯାଇଛି । ଯାହାଦ୍ୱାରା ଜରୁରୀ କାଳୀନ ସ୍ଥିତିରେ ତାହାର ଉପଯୋଗ ହୋଇପାରିବ । ଏଯଉଁ ଖାଲୁଆ ବା ତଳିଆ ଅଂଚଳରେ ଜଳମଗ୍ନ ହେବାର ସମ୍ଭାବନା ରହିଛି ସେହି ସ୍ଥାନକୁ ପରିଦର୍ଶନ ନିମନ୍ତେ ଲୋକଙ୍କୁ ବାରଣ କରାଯାଇଛି । ତତ୍ ସହିତ ଯାତାୟତ ବିଚ୍ଛିନ୍ନ ହୋଇଯିବା ସମ୍ଭାବନା ଥିବା ସ୍ଥାନ ଅଂଚଳରେ ଲୋକଙ୍କ ଯାତାୟତ ରୋକିବା ପାଇଁ କୁହାଯାଇଛି । ଉକ୍ତ ବିପଦପୂର୍ଣ୍ଣ ଅଂଚଳକୁ ଲୋକଙ୍କୁ ନ ଛାଡିବାକୁ ପୋଲିସ୍ ବିଭାଗକୁ ଜିଲ୍ଲାପାଳ ଜଣାଇଛନ୍ତି । ଗ୍ରାମ ପଂଚାୟତ ସ୍ତରରୁ ସବୁ ଠିକ୍ ଠାକ ଏବଂ ପୂର୍ବ ପ୍ରସ୍ତୁତି ନେଇ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଗଣ ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ର୍ୟେ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ୱ. କୀର୍ତ୍ତି ଭାସନ୍‌, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ସମସ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ, ତହସିଲଦାର . ପୋଲିସ୍ ବିଭାଗର ଅଧିକାରୀ, ଅଗ୍ନିଶ୍ରମ ବିଭାଗର ଅଧିକାରୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ