ଜିରୋ କାଜ୍ୟୁଲଟି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଛତ୍ରପୁର,( ଯୁଗାବ୍ଦ ନ୍ୟୁଜ): ମାଡି ଆସୁଛି ସାମୁଦ୍ରିକ ଝଡ ‘ଫୋନି’ । ଗଞ୍ଜାମବାସୀଙ୍କ ଛାତିରେ ଛନକା ଭରୁଛି । କାରଣ ନିକଟରେ ତିତଲିର ଭିବିଷୀକା ଗଞ୍ଜମବାସୀଙ୍କ ମନରୁ ନ ଲିଭିଣୁ ଫୁଣିଥରେ ‘ଫୋନି’ ସାମୁଦ୍ରିକ ଝଡ ଆତଙ୍କୀତ କରିଛି । ବିଶେଷ ଭାବେ ତିତଲିରେ ଭୟଙ୍କର ଭାବେ ପ୍ରଭାବତି ହୋଇଥିଗା ଗଞ୍ଜାମ ଜିଲ୍ଲାକୁ ଘାରିଛି ବାତ୍ୟା ‘ଫୋନି’ ଭୟ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ସାମୁଦ୍ରିକ ଝଡ ‘ଫୋନି’ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟ ଭାଗରେ ଛୁଇଁବାର ରହିଛି । ଏହାର ପ୍ରବାହ ୧୯୯୯ ମହାବାତ୍ୟା ଭଳି ରହିବ ବୋଲି ଅନୁମାନ କରାଯାଉଛି । ସାମୁଦ୍ରିକ ଝଡ ସ୍ଥଳ ଭାଗକୁ ଛୁଇଁଲା ବେଳେ ୧୭୦ରୁ ୧୮୫ କିଲୋମିଟର ବେଗରେ ପବନ ବୋହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଅସୁରକ୍ଷିତ ମନେ କରୁଥିବା ସମସ୍ତ ପରିବାରଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ ହେବା ପାଇଁ ମାଇକ ଯୋଗେ ପ୍ରଚାର ଆରମ୍ଭ କରାଯାଇଛି । ସମସ୍ତ ପଂଚାୟତରେ ସୁଖିଲା ଖାଦ୍ୟ ତଥା ଚାଉଳ ମହଜୁଦ ରଖାଯିବା ନିମନ୍ତେ ବିଡିଓମାନଙ୍କୁ ସୂଚନା ଦିଆଯାଇଛି । ସମସ୍ତ ବ୍ଲକରେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତ୍ୟେକ ବ୍ଲକରେ ୧୦ ଗୋଟି ଲେଖାଁଏ କମିଟି ଗଠନ କରାଯାଇଛି । ଅଗ୍ନିଶମ, ଓଡ୍ରାଫ, ପରିମଳ, ସ୍ୱାସ୍ଥ୍ୟ ତଥା ସମସ୍ତ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ଉପରେ ନଜର ରଖିବା ସହ ଜିଲ୍ଲାର ୭୭ଟି ବନ୍ୟା ଅଞ୍ଚଳ ଏବଂ ଉପକୂଳବର୍ତୀ ୮୩ ଟି ଗାଁର ଲୋକଙ୍କୁ ପ୍ରଥମେ ଆଶ୍ରୟ ସ୍ଥଳରେ ରଖିବା ପାଇଁ ବନ୍ଦୋବସ୍ତ କରାଯାଇଛି ବୋଲି ଜିଲ୍ଲାପାଲ ସୂଚନା ଦେଇଛନ୍ତି । ଆଜି ଠାରୁ ଗର୍ଭବତୀ ମାଆମାନଙ୍କୁ ନିକଟର ହସ୍ପିଟାଲରେ ଭର୍ତି କରାଯାଇଛି । ମତ୍ସ୍ୟଜିବୀମାନଙ୍କୁ ମାଛମାରିବାକୁ ବାରଣା କରାଯାଇଛି । ସମୁଦ୍ରରେ ୨ ମିଟରୁ ଅଧିକା ହୋଇ ୬ ମିଟର ଉର୍ଧରେ ପାଣି ବୋହିବାର ସୂଚନା ରହିଛି । ଚାଷୀମାନଙ୍କୁ ମଧ୍ୟ ଆସନ୍ତାକାଲି ଠାରୁ ଚାଷ ଜମିକୁ ଯିବାପାଇଁ ସଚେତନତା କରାଯାଉଛି । ଏହି ବାତ୍ୟାରେ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଦିଗରେ ପ୍ରସ୍ତୁତ ରହିଛି । ଯେପରି ଜିଲ୍ଲାରେ ଜିରୋ ମୃତ୍ୟୁ ସଂଖ୍ୟା ଶୂନ ରହିବ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ