ଜିରୋ ନାଇଟ୍ ପାଇଁ ଆସିକାରେ କାଉଣ୍ଟଡାଉନ୍ ଆରମ୍ଭ
ଆସିକା, (ଯୁଗାବ୍ଦ ନ୍ୟୁଜ):ବିଦାୟ ନେବ ଇଂରାଜୀ ୨୦୨୪ ମସିହା । ଆସନ୍ତାକାଲି ରାତି ୧୨ଟାରୁ ଆରମ୍ଭ ହେବ ଇଂରାଜୀ ନୂଆବର୍ଷ ୨୦୨୫ । ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଆସିକାରେ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଜିରୋ ନାଇଟ୍ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଯୁବପିଢୀ । ମଙ୍ଗଳବାର ସନ୍ଧ୍ୟାରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆରମ୍ଭ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଭୋଜିଭାତ ସାଙ୍ଗକୁ ହେବ ମଉଜ । ପୁରୁଣା ବର୍ଷକୁ ବିଦାୟ ଓ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ବିଦାୟ ନେଉଛି ବର୍ଷ୨୦୨୪, ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଅପେକ୍ଷାରତ, ମାତ୍ର ୨୦୨୪ ବର୍ଷର ଏମିତି କିଛି ଘଟଣା ଆସିକା ସହରବାସୀଙ୍କ ପାଇଁ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଥିବ । ମାତ୍ର ଆଉ କିଛି ଘଣ୍ଟା ଆସିବ ନୂତନ ବର୍ଷ ୨୦୨୫ । ନୂଆଁ ସମ୍ଭାବନା ଓ ଆଶାର କିରଣ ନେଇଆସୁଥିବା ୨୦୨୫ ମସିହାକୁ ସ୍ୱାଗତ କରିବା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଯୁବପିଢୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ଲକ୍ଷ୍ୟ କରାଯାଇଛି । ୨୦୨୫ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଡିସେମ୍ବର ୩୧ ତାରିଖ ରାତ୍ର ୧୨ଟା ସମୟରେ ନୂଆଁବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସାହିବସ୍ତିର ଯୁବଗୋଷ୍ଠୀ ପକ୍ଷରୁ ବନ୍ଧୁମିଳନର ଆୟୋଜନ ପାଇଁ ପ୍ରସ୍ତୁତିପର୍ବ ଚାଲିଛି । କେତେକ ସ୍ଥାନରେ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଯୁବଗୋଷ୍ଠୀ ଲାଗିପଡିଥିବା ଚର୍ଚ୍ଚା ହେଉଛି । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଆସିକା ସହର ବର୍ତ୍ତମାନ ଠାରୁ ଉତ୍ସବମୁଖର ହୋଇପଡିଥିବା ବେଳେ ଏହି ଦିନରେ ସାଧାରଣଜନତା ପରସ୍ପର ମଧ୍ୟରେ ଥିବା ସଂପର୍କକୁ ଉଜ୍ଜିବୀତ କରି ରଖିବା ସହ ସଂପର୍କକୁ ଅଧିକ ଘନିଷ୍ଠ କରିବା ପାଇଁ ନୂତନ ବର୍ଷର ଅଭିନନ୍ଦନ ପତ୍ର ପ୍ରଦାନ କିମ୍ବା ମୋବାଇଲ୍ ମେସେଜ ପ୍ରେରଣ, ପୁଷ୍ପଗୁଚ୍ଛ ପ୍ରଦାନ, ମିଷ୍ଟାନ୍ନ ଓ ଉପହାର ଦେଇ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଆଉମାତ୍ର କିଛି ଘଣ୍ଟା ପରେ ନୂତନ ବର୍ଷ ୨୦୨୫ ଆସୁଥିବା ଯୋଗୁଁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ବିଭିନ୍ନ କିସମର ମିଷ୍ଟାନ୍ନ, ପୁଷ୍ପ ଓ ଉପହାର ସାମଗ୍ରୀ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ତେବେ ସେ ଯାହା ହେଉନା କାହିଁକି ବର୍ଷକୁ ଥରେ ନୂତନ ବର୍ଷ ଆସୁଥିବା ଯୋଗୁଁ ଏହି ଦିନରେ ସାଧାରଣ ଜନତା ନିଜ କ୍ଷମତା ମୁତାବକ ନିଜ ପସନ୍ଦର ସାମଗ୍ରୀ କ୍ରୟ କରି ସଂପର୍କୀୟ, ବନ୍ଧୁବାନ୍ଧବଙ୍କୁ ପ୍ରଦାନ କରି ନିଜକୁ ଆନନ୍ଦିତ ମନେ କରିଥାନ୍ତି । ୨୦୨୫ ମସିହାର ନୂତନ ସକାଳକୁ ସାଧାରଣ ଜନତା ଅପେକ୍ଷା କରି ରହିଥିବା ବେଳେ ନୂତନ ବର୍ଷକୁ ସ୍ୱାଗତ କରିବାକୁ ସ୍ମରଣୀୟ ମୂହୁର୍ତ୍ତ ଜିରୋ ନାଇଟ୍ ପାଳନ କରିବାକୁ କେତେକ ସ୍ଥାନରେ ଜୋରଦାର ପ୍ରସ୍ତୁତି ଚାଲିଛି । ଜିରୋ ନାଇଟ୍ ପାଇଁ କେତେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁସ୍ୱାଦୁ ଖାଦ୍ୟର ବ୍ୟବସ୍ଥା କରାଯାଉଥିବା ମଧ୍ୟ ଆଲୋଚିତ ହେଉଛି । ଆସିକା ଅଞ୍ଚଳର ଜଣାଶୁଣା ପ୍ରମୁଖ ରେଷ୍ଟୁରାଣ୍ଟ ରୂପେ ପରିଚିତ ଥିବା ରାଜା ହୋଟେଲ୍, ନ୍ୟୁ ସକ୍ସମ୍ ଢାବା ସମେତ ବିଭିନ୍ନ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ଜିରୋ ନାଇଟ୍ ସେଲିବ୍ରେସନ୍କୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଆଲୋଚିତ ହେଉଛି । ଚଳିତ ବର୍ଷ ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆଁ ବର୍ଷ ସେଲିବ୍ରେସନ୍ ଜମିବ ବୋଲି ଆଲୋଚିତ ହେଉଛି ।