ଜିଲାପାଳଙ୍କଠାରେ ଆଦିବାସୀ ପରିବାରର ଫେରାଦ

ବାଲେଶ୍ୱର, (ସରୋଜ ପଣ୍ଡା):ଇଟାଭାଟି ମାଲିକଙ୍କଠାରୁ ମାଡ଼ ଓ ଗାଳି ଖାଇ ନ୍ୟାୟ ପାଇଁ ଜିଲାପାଳଙ୍କଠାରେ ଗୁହାରୀ କରିଛନ୍ତି ବସ୍ତା ଅଞ୍ଚଳର ଗରିବ ମହିଳା ଲକ୍ଷ୍ମୀ ମୁର୍ମୁ । ତାଙ୍କ ଅଭିଯୋଗ ଅନୁସାରେ ସ୍ୱାମୀ ପଦନ ମୁର୍ମୁଙ୍କର ଗୋଡ଼ ନଥିବା ବେଳେ ସେ ରଘୁନାଥ ମିଶ୍ରଙ୍କ ଭାଟିରେ ଇଟା ତିଆରି କରୁଥିଲେ । ଇଟାଭାଟି ମାଲିକ କେବଳ ଖର୍ଚ୍ଚ ପାଇଁ କିଛି କିଛି ଅର୍ଥ ଦେଉଥିଲେ । ବାକି ଅର୍ଥ ମାଗିବାରୁ ତାଙ୍କ ସ୍ୱାମୀଙ୍କୁ ସେ ମାଡ଼ପିଟ କରିବା ସହିତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଲକ୍ଷ୍ମୀ ମୁର୍ମୁ ଆରୋପ ଉଠାଇଛନ୍ତି । ଇଟାଭାଟି ମାଲିକ ଏବେ ତାଙ୍କ ସ୍ୱାମୀଙ୍କୁ କାମରୁ ବାହାର କରିଦେଇଥିବା ବେଳେ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦେବାକୁ ତାଙ୍କ ପାଖରେ ଅର୍ଥ ନାହିଁ । ଏହି ଘଟଣାରେ ଥାନାରେ ଅଭିଯୋଗ କଲେ ବି ପୁଲିସ କିଛି ବୁଝୁନାହିଁ । ଇଟାଭାଟି ବାଲିକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ତାଙ୍କ ସ୍ୱାମୀଙ୍କ ମଜୁରି ପ୍ରଦାନ ନେଇ ଉଚିତ ପଦକ୍ଷେପ ନେବାକୁ ଲକ୍ଷ୍ମୀ ମୁର୍ମୁ ଜିଲାପାଳଙ୍କୁ ଗୁହାରୀ କରିଛନ୍ତି । ଏନେଇ ସେ ଏକ ନିବେଦନ ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ