ଜିଲାପାଳଙ୍କ ଅଫିସ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ଗତ ଶୁକ୍ରବାରଠାରୁ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଅଫିସ, ପୌରାଧ୍ୟକ୍ଷା, ପୌର ଉପାଧ୍ୟକ୍ଷ ଏବଂ ବିଧାୟକଙ୍କ ଘର ଆଗରେ ଧାରଣା ଦେବା ପରେ ସଫେଇ କର୍ମଚାରୀମାନେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନଙ୍କ ସମସ୍ୟା ସମାଧାନ ସହ ସରକାରୀ ନିୟମ ଭିତ୍ତିରେ କାର୍ଯ୍ୟ କରିବା ଦାବିରେ ସେମାନେ ଜିଲାପାଳଙ୍କୁ ଗୁହାରୀ କରିବାକୁ ଯାଇଥିଲେ । ମାତ୍ର ଦୁଇଘଣ୍ଟା ଧାରଣାରେ ବସିବା ପରେ ଜିଲାପାଳଙ୍କ ସାକ୍ଷାତ ନ ପାଇ ସେମାନେ ପଳାଇ ଯାଇଥିଲେ । ପୌର କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖୁଥିବା ସଫେଇ କର୍ମଚାରୀଙ୍କୁ ଏବେ ବାରଦ୍ୱାର ହେବାକୁ ପଡ଼ୁଛି ବୋଲି ସେମାନେ ଆରୋପ ଉଠାଇଛନ୍ତି । ସହରର ବର୍ଜ୍ୟବସ୍ତୁ ପରିଚାଳନାରେ ସରକାରୀ ନିୟମ ପାଳନ କରିବା ପରିବର୍ତ୍ତେ ପୌର କର୍ତ୍ତୃପକ୍ଷ ସେମାନଙ୍କୁ ଠକି ଚାଲିଥିବା ସଫେଇ କର୍ମଚାରୀ ନେତା ଲକ୍ଷମଣ ବେହେରା ଅଭିଯୋଗ ଉଠାଇଛନ୍ତି । ଜିଲାପାଳ ଯଦି ଉଚିତ ପଦକ୍ଷେପ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ବାଲେଶ୍ୱର ସହରରେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ସହ ଅହୋରାତ୍ର ଧାରଣା ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ