ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲାପାଳ ଅନୁପମ ସାହାଙ୍କ ଦ୍ୱାରା ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ମୋଟ ୧୦୨ଗୋଟି ଦରଖାସ୍ତ ଆବେଦନ କରାଯାଇଥିବାବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୪୩ଗୋଟି ଓ ଗୋଷ୍ଠୀଗତ ଭାବେ ୫୯ ଅଭିଯୋଗ ପତ୍ର ଆଗତ ହୋଇଥିଲା । ଏହି ଜନଶୁଣାଣିରେ ୬ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୋଟ ୪୨ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଥିବାବେଳେ ୨ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଘଟଣା ସ୍ଥଳରେ ହିଁ ୩୪ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ଉକ୍ତ ଅଭିଯୋଗ ଶୁଣାଣୀରେ ସ୍ୱାସ୍ଥ୍ୟ, ଗମନାଗମନ, ଆବାସିକ ଯୋଜନା ଇତ୍ୟାଦି ବିଭିନ୍ନ ସମସ୍ୟା ବିଷୟରେ ଜିଲାପାଳ ପ୍ରତ୍ୟେକ୍ଷ ଭାବେ ଆଲୋଚନା କରିଥିଲେ । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲା ଏସପି ସାରା ଶର୍ମା,ଆର.ଉଦୟଗିରି ବିଡିଓ ପ୍ରଦୀପ ନାୟକ,ଜିଲ୍ଲାପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ ଏବଂ ସଭ୍ୟ ଜାକବ ମାଝି,ବ୍ଲକ ଅଧ୍ୟକ୍ଷା ଅନିତା ମଣ୍ଡଳ ପ୍ରମୁଖ ଉପସ୍ତିତ ଥିଲେ ।


