ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଅଭିଯୋଗ ଶୁଣାଣି ,୨୫୪ ଅଭିଯୋଗ ଶୁଣିଲେ,ରେଡ଼କ୍ରସ  ପାଣ୍ଟିରୁ ,୫୩ହଜାର ଦେଲେ

ଶେରଗଡ, (ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ସୋମବାର ଦିନ ବ୍ଲକ ଗୋଦାମ ଘର ପରିସର ରେ ଅନୁଷ୍ଟିତ ହୋଇଛି।ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶ କ ତଥା ଉପଜିଲ୍ଲାପାଳ ଜ୍ୟୋତି ପ୍ରକାଶ ରାଏ ,ପ୍ରବବୋସନ ଆଇଏସ ଧିନେ ଦସ୍ତାଗିରି ,ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରଏ ,ଭଂଜନଗର ଉପଜିଲ୍ଲାପାଳ ବିଜୟ ନାୟକ ଯୋଗ ଦେଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ବ୍ୟକ୍ତି ବିଶେଷ ଙ୍କ ଠାରୁ ଅଭିଯୋଗ ଶୁଣିଥିଲେ।ଜିଲାର ଡେପୁଟି କକ୍ଲକ୍ଟର ଅଭିଯୋଗ  ସୁଚିସ୍ମିତା ମାଝୀ ଓ ବିଡ଼ିଓ ଶିବାସିସି ବରାଳ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଶୁଣାଣି ଜିଲାପାଳ ଙ୍କୁ ଭେଟି ଅଭିଯୋଗ ଦେବା ପାଇଁ ବହୁତ ହିତାଧିକାରୀଙ୍କ ଭିଡ଼ ଜମିଥିଲା।ଏପରିକି ଲମ୍ବା ଲାଇନ ଲାଗିଥିଲା।ପଶୁ ଚିକିତ୍ସା ରେ ଅଵହେଳାଓ ପଶୁ ଚିକିତ୍ସା କ୍ଷେତରେ ବ୍ୟାପକ ଅସୁବିଧା ହେଉଥିବା ମହୁପଦର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଧ୍ରୁଵ ନାୟକ ଅଭିଯୋଗ କରିଥିଲେ।ବନ୍ଦ ହୋଇଥିବା କମଳାଦେଇପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ପୁନି ଖୋଲିବା ଓ ବି.ବ୍ରହ୍ମପୁର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ କୁ ଶ ଶିବାଜୀ ବିଷୋୟୀ ଜିଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ।ଅଭିଯୋଗ ମଧ୍ୟରେ ୭ଟି ଆର୍ଥିକ ସହାୟତା ପାଇଁ ଅଭିଯୋଗ ଥିବାବେଳେ ମୋଟ ୫୩ହଜାର ଚେକ ଆକାରରେ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ।ଚିକିତ୍ସା ସହାୟତା ଭାବେ ସୋନାଲି ସାମଲ ଙ୍କୁ ୨୦ହଜାର,ପ୍ରଫୁଲ ସାମଲ ଙ୍କୁ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି।ନରେନ୍ଦ୍ରପୁର ପଞ୍ଚାୟତ ର ଜଗା ବିଶ୍ବାଳ କୁ ଚିକିତ୍ସା ସହାୟତା ରାଶି ୫ହଜାର ଟଙ୍କା ପ୍ରଦାନ କରାଯାଇଛି।ଦୁଇ ଜଣ ଭିନ୍ନକ୍ଷମ ଶିଶୁ ଜିଲାପାଳ ନିଜେ ଟ୍ରାଇ  ସାଇକେଲ ପ୍ରଦାନ କରିଥିଲେ।ନୁଆଁ କରି ମୋଟ ୧୨ଜଣଙ୍କୁ ମଧୁବାବୁ ପେନସନ ପ୍ରଦାନ କରିଥିଲେ।୨୫୪ ଟି ଅଭିଯୋଗ ମଧ୍ୟରେ ରାସନ କାର୍ଡ ପାଇଁ ୩୦ଜଣ,ଚିକିତ୍ସା ସହାୟତା ପାଇଁ ୧୦ ଜଣ,ବିଦ୍ୟୁତ ସମାଧାନ ପାଇଁ ଜଣେ,ଟ୍ରାଇ ସାଇକେଲ ପାଇଁ ୨ଜଣ,ତାଲିମ ପାଇଁ ୫୦ଜଣ,ଅନ୍ୟାନ୍ୟ ବ୍ୟକ୍ତିଗତ ସମାସ୍ୟା ପାଇଁ  ୧୫୦ ଥିବାବେଳେ ,ସାମୁହିକ ସମାସ୍ୟା ପାଇଁ ୧୦ଟି ଅଭିଯୋଗ ଥିଲା।ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଅଭିଯୋଗ ଶୁଣାଣି ଏକ ବର୍ଷ ପରେ ପଡ଼ିଥିବାରୁ ବହୁ ବ୍ୟକ୍ତି ଓ ସଂପର୍କୀୟ ମାନେ ରୁଣ୍ଢ ହୋଇ ଅଭିଯୋଗ ପ୍ରଦାନ କରିଥିଲେ।ସହାୟତା ପାଣ୍ଠି ,କିଛି ଅଭିଯୋଗ କୁ ଘଟଣା ସ୍ଥଳରେ ସମାଧାନ କରିଥିବା ବେଳେ ବଳକା ଅଭିଯୋଗ କୁ ସମ୍ପୁକ୍ତ ବିଭାଗକୁ ପଠାଇ ଦେଇଛନ୍ତି ବୋଲି ଅଭିଯୋଗ ଶୁଣାଣି ଦାୟତ୍ବରେ ଥିବା ସୂଚିସ୍ମିତା ମାଝୀ କହିଛନ୍ତି।ଉକ୍ତ ଅଭିଯୋଗ ଶୁଣାନୀରେ ଜିଲା ଫିସରି ଅଧକାରୀ  ନିମାଇଁ ଚରଣ ବସ୍ତିଆ,ଜମି ସନ୍ଥ।ପନା ଅଧିକାରୀ ଅଶୋକ କୁମାର ପଣ୍ଡା,ଉପଖଣ୍ଡ ଯୋଗାଣ ଅଧିକାରୀ ସକଲେଶ୍ବର ଦାସ,ଜିଲା ବେଲଫ୍ରର ଅଧିକାରୀ ପରିକ୍ଷିତ ଦାଶ,ଅଧିକ୍ଷଣ ଯନ୍ତ୍ରୀ ଜଳ ଯୋଗାଣ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଇନ୍ଦ୍ର ଜିତ ସିଂ ,ଅଧିକ୍ଷଣ ଯନ୍ତ୍ରୀ କୋଠା ରାସ୍ତା ବାଡ଼ି  ବି .ସିଏଚ ପଣ୍ଡା,ଅତିରିକ୍ତ ଜିଲା ଶିକ୍ଷା ଅଧକାରୀ ପବିତ୍ର ମୋହନ ସାହୁ,ଏସ୍ଡ଼ିଓ ଜଳସେଚନ ଶିବରାମ ବେହେରା, ସହକାରୀ ଯନ୍ତ୍ରୀ ଜଳସେଚନ ମଧୁସୂଦନ ଦଶ,ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ,,ଜିଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲା ସମାଜମଙ୍ଗଲ ଅଧିକାରୀ ଶୁଭଶ୍ରୀ ପାତ୍ର,ସିଡିପିଓ ଗୀତାଞ୍ଜଳୀ ରାଉଳ,ନିର୍ବାହୀ ଯନ୍ତ୍ରୀ ଆଦିନାରାୟନ ମିଶ୍ର, ଏସ୍ଡ଼ିଓ ଆସିକା ଉମାକାନ୍ତ ସିଂ,ତହସିଲଦାର ଡ଼. ଦୟା ସିନ୍ଧୁ ପରିଡା,ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ କେଦାର ନାଥ ପଣ୍ଡା,ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର,ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ବରିଷ୍ଠ ନେତା ହୀନ ବେହେରା, ସମିତି ସଭ୍ୟା ସବିତାରଣୀ ଚୌଧୁରୀ,ଦୁର୍ଗା ପ୍ରସାଦ ବିଷୋୟୀ ,ସମୀର ପ୍ରଧାନ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ମାନେ  ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ