ଜିଲାରେ ଦୁଇ କରୋନା ଯୋଦ୍ଧା ଙ୍କ ସମେତ ୩୨ ଜଣ କରୋନା ପଜିଟିଭ ଚି଼ହ୍ନଟ, ଟୁଇଟ କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର, (ଓ୍ବାଇଏନ୍ଏସ୍):ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପୁଲିସ୍ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାମାନଙ୍କଠାରେ ସଂକ୍ରମଣ ଦେଖିବାକୁ ମିଳିଛି । ପୁଣି ଗଞ୍ଜାମ ଜିଲ୍ଲାର ୨ ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ଭଞ୍ଜନଗର ବ୍ଲକ ର ଜଣେ ଏବଂ ଆସିକା ବ୍ଲକର ଜଣେ କରୋନା ଯୋଦ୍ଧା ଥିବା ଜଣାଯାଇଛି । ଏମାନଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ପୁଣି ନୂଆ ୩୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ କରୋନା ସଂକ୍ରମିତମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସୋମବାର ମଧ୍ୟ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ୪୬ ବର୍ଷୀୟ ଜଣେ ବ୍ୟକ୍ତି । ସେ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୋମବାର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଏହାଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୮ରେ ପହଂଚିଛି । ଗଞ୍ଜାମ ଜିଲ୍ଲାରେ ମୋଟ୍ ୯୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏବେ ଜିଲ୍ଲାରେ ମୋଟ୍ ୬୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୮ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ