ଜିଲାରେ ୬ କରୋନା ଯୋଦ୍ଧା ଙ୍କ ସମେତ ୩୦ଜଣ କରୋନା ପଜିଟିଭ ଚି଼ହ୍ନଟ
ଛତ୍ରପୁର, (ଓ୍ବାଇଏନ୍ଏସ୍):ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପୁଲିସ୍ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାମାନଙ୍କଠାରେ ସଂକ୍ରମଣ ଦେଖିବାକୁ ମିଳିଛି ।ପୁଣି ଗଞ୍ଜାମ ଜିଲ୍ଲାର ୬ ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେମାନେ ହେଲେ ବେଲଗୁଣ୍ଠl, ବ୍ରହ୍ମପୁର ମହାନଗର ନିଗମ, ପୋଲସରା, ପୁରୁଷୋତ୍ତମପୁର,ସାନଖେମୁଣ୍ଡି ଏବଂ ଶେରଗଡ଼ ବ୍ଲକ ଅଂଚଳ ର ଜଣେ ଲେଖାଏଁ କରୋନା ଯୋଦ୍ଧା ଥିବା ଜଣାଯାଇଛି ।ଏମାନଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ପୁଣି ନୂଆ ୩୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ କରୋନା ସଂକ୍ରମିତମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାରେ ମୋଟ୍ ୯୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏବେ ଜିଲ୍ଲାରେ ମୋଟ୍ ୬୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୭ରହିଛି । ଏହା ସହ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୮ରେ ପହଂଚିଛି ।