ଜିଲାର ବିଭିନ୍ନ ସମସ୍ୟାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଯୁବ ଓ ଶ୍ରମ ବିକାଶ ମଞ୍ଚ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନିକିଆ କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମରେ ଆସି ପ୍ରଥମେ ସର୍କିଟ ହାଉସରେ ପହଞ୍ଚିବା ପରେ କେନ୍ଦୁଝର ଧରଣୀଧର ଭେଷଜ ମହାବିଦ୍ୟାଳୟର ଅଡିଟରୀୟମରେ ସର୍ବ ଭାରତୀୟ ମେଡିକାଲ ଆସସିଏସନର ଓଡ଼ିଶା ଶାଖାର ଉତ୍ସବକୁ ସମର୍ଧିତ କରିଥିଲେ । ଏହି ଅବସରରେ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ତରଫରୁ କେନ୍ଦୁଝର ଜିଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । କେନ୍ଦୁଝର ଜାମୁନାଳିଆ ସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀକୁ ପୂରଣ ସହିତ କଲେଜକୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଘୋଷଣା କରିବା , ଏମଟେକ ଶିକ୍ଷା ପ୍ରଦାନ କରିବା,ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ଖେଳ ପଡିଆ,କଲେଜକୁ ଉନ୍ନତ ପ୍ରଶସ୍ତ ରାସ୍ତା ନିର୍ମାଣ କରିବା କରାଯିବାକୁ ଦାବି କରାଯାଇଥିଲା । ଅନୁରୂପ ଭାବେ ମେଡିକାଲ କଲେଜରୁ କେମ୍ପସଡା,ସେଣ୍ଡକାପ କାଠବାଉଁଶୁଳି ଦେଇ କାଞ୍ଜିଆଶୁଳା ପର୍ଯ୍ୟନ୍ତ ପୃତ୍ତ ବିଭାଗ ଦ୍ଵାରା ରାଜ୍ୟ ରାଜପଥ ନିର୍ମାଣ କରିବା, ପୁରୀରୁ କେନ୍ଦୁଝର ଦେଇ ଆନନ୍ଦବିହାର (ଦିଲ୍ଲୀ) ଯାଉଥିବା ଟ୍ରେନକୁ ସପ୍ତାହକୁ ଦିନେ ପରିବର୍ତ୍ତେ ସପ୍ତାହକୁ ୭ଦିନ ଚଳାଚଳ କରିବା,କେନ୍ଦୁଝରରୁ ଟାଟା ଦେଇ କଲିକତାକୁ ଦୈନିକ ଦୃତଗାମୀ ପାସେଞ୍ଜର ରେଳ ସେବା ଯୋଗାଇଦେବା, ଟାଟାରୁ କେନ୍ଦୁଝର ଦେଇ ଚେନ୍ନାଇ ଦେଇ ରେଳ ଚଳାଚଳ କରିବା ,କେନ୍ଦୁଝରରେ ରେଳ ଇଞ୍ଜିନ, ରେଳ ଡବା ମରାମତି କାରଖାନା ପ୍ରତିଷ୍ଠା କରିବା,ମେଡିକାଲ କଲେଜକୁ ତୁରନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରଦାନ କରିବା,କେନ୍ଦୁଝର ସହର ଏବଂ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକର ନଷ୍ଟ ହୋଇଯାଇଥିବା ରାସ୍ତା ଗୁଡ଼ିକର ତୁରନ୍ତ ମରାମତି କରି ଯାତାୟାତ ଉପଯୋଗୀ କରିବା, ଝୁମ୍ପୁରା ବ୍ଲକ କୁଟୁଗାଁ ଗ୍ରାମପଞ୍ଚାୟତର ଅପହଞ୍ଚ ସ୍ଥାନ ଜାମୁପଦା ସାହିକୁ ରାସ୍ତା ନିର୍ମାଣ ସହିତ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରିବା ଆଦି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦୁଝରର ବିକାଶ ପାଇଁ ସମସ୍ତ ଦାବି ଗୁଡ଼ିକୁ ଗୁରୁତର ସହିତ ନେଇ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି । ଦାବି ପତ୍ର ପ୍ରଦାନ ସମୟରେ ଯୁବ ଓ ଶ୍ରମ ବିକାଶ ମଞ୍ଚ ସଭାପତି ରଞ୍ଜନ କୁମାର ବେହେରା ,ସାଧାରଣ ସମ୍ପାଦିକା ଶୈଳବାଳା ପରିଡ଼ା,ଉପସଭାପତି ସୁରେଶ ଚନ୍ଦ୍ର ପଲେଇ , ସଭ୍ୟ ସୁରଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ