ଜିଲାର ୭ଦେଶୀ ମଦ ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା) : ନିର୍ଦ୍ଧାରିତ ପ୍ରକ୍ରିୟା ମାଧ୍ୟମରେ ଜିଲାର ୭ ଦେଶୀ ମଦ ଦୋକାନ ପାଇଁ ବୁଧବାର ଲାଇସେନ୍ସ ପ୍ରଦାନ କରାଯାଇଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଭବେଶ କୁମାର ନାୟକ, ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଲଟେରି ପ୍ରକ୍ରିୟା ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଜିଲାର ୧୭ଟି ଦେଶୀ ମଦ ଦୋକାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୭ଟି ମଦ ଦୋକାନ ନିମନ୍ତେ ଆବେଦନ କରାଯାଇଥିଲା । ଆବେଦକମାନେ ୧ଲକ୍ଷ ଟଙ୍କା ଜମା କରି ଏହି ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଲଟେରୀ ମାଧ୍ୟମରେ ଚୟନ କରାଯାଇ ଲାଇସେନ୍ସ ପ୍ରଦାନର ବ୍ୟବସ୍ଥା ରହିଥିଲେ ମଧ୍ୟ ଏହି ୭ଟି ଦେଶୀ ମଦ ଦୋକାନ ପାଇଁ ଏକକ ଆବେଦକ ଥିବାରୁ ଲଟେରୀ ଉଠାଣର ଆବଶ୍ୟକ ପଡ଼ିନଥିଲା । ଆବେଦକମାନଙ୍କ ନାମ ପଢ଼ି ଓ ସେମାନଙ୍କ କାଗଜପତ୍ର ଯାଞ୍ଚ କରି ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଆବେଦକମାନଙ୍କୁ ୫ବର୍ଷ ପାଇଁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ଦ୍ଧାରିତ ପ୍ରକ୍ରିୟା ମାଧ୍ୟମରେ ଆଉ ଦଶଟି ଦେଶୀ ମଦ ଦୋକାନ ପାଇଁ ଦରଖାସ୍ତ ଆହ୍ୱାନ କରାଯିବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି । ଜିଲା ଅବକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ