ଜିଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ପକ୍ଷରୁ ଜିଲାସ୍ତରୀୟ ଭଲିଭଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମିଶନ ହାଇସ୍କୁଲ ପଡ଼ଆରେ ରବିବାର ଉଦଘାଟିତ ହୋଇଯାଇଛି । ଜିଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା କ୍ରୀଡ଼ା ସଂଘର ଉପ-ସଭାପତି ବିରେନ୍ଦ୍ର ସ୍ୱାଇଁ ଓ ସୁକାନ୍ତ ନାୟକ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ବାଲେଶ୍ୱର ଜିଲାର ବିଭିନ୍ନ ଅଂଚଳରୁ ୧୪ଗୋଟି ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏଥିରୁ ମନୋନୀତ ଖେଳାଳି ଓ ଦଳ ଆସନ୍ତା ନଭେମ୍ବର ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଓ ଫୁଲବାଣୀ ଜିଲାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଭାଗନେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ କ଼୍ରୀଡ଼ା ସଂଘର ଯୁଗ୍ମ ସମ୍ପାଦକ ଜଗଦ୍ଦୀଶ ବେହେରା, ସଞ୍ଜୟ ଲେଙ୍କା, କାର୍ତ୍ତିକ ନାୟକ, ନିମାଇ ଚରଣ ରାଉତରାୟ, ସୁଜୟ କୁମାର ଆଚାର୍ଯ୍ୟ, ପ୍ରଦୀପ ଦାସ, ଶେଖ ସାଦିକ ଅଲୀ, ଗୋପାଳ ସେଠୀ, ଜନ୍ମଜେୟ ଦେ ପ୍ରମୁଖ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।