ଜିଲାସ୍ତରୀୟ ଶିଶୁ ଶ୍ରମିକ ଉଛେଦ ସଚେତନତା କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଖଣ୍ଡ ଶ୍ରମ ଅୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାସ୍ତରୀୟ ଶିଶୁ ଶ୍ରମିକ ଉଛେଦ ଓ କିଶୋର ଶ୍ରମିକଙ୍କୁ ବିପଦ ଶଙ୍କୁଳ କାର୍ଯ୍ୟରେ ନିୟୋଜନ ବନ୍ଦ ଉଦ୍ଦେଶ୍ୟରେ ଏକ ସଚେନତନା କର୍ମଶାଳା ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଓସାହେବ ଶିନ୍ଦେ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ଶ୍ରମିକ ନିରାକରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଶିଶୁ ଶ୍ରମିକମାନେ ନିୟୋଜିତ ହେଉଥିବା ହୋଟେଲ, ଗ୍ୟାରେଜ, ରେଷ୍ଟ୍ରୁରାଣ୍ଟ ପ୍ରଭୃତି ସ୍ଥାନଗୁଡିକରେ ଜିଲା ପ୍ରଶାସନ ପକ୍ଷରୁ ଚଢ଼ାଉ ସହ ସେମାନଙ୍କୁ ଉଦ୍ଧାର କରାଯାଉଛି । ତେବେ ଉଦ୍ଧାର ଶିଶୁ ଶ୍ରମିକଙ୍କ ଥଇଥାନ ଉପରେ ଫୋକସ ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁଲାଲସେନ ଜଗଦେବ, ସହ ଶ୍ରମ ଆୟୁକ୍ତ ଅଜୟ କୁମାର ପ୍ରଧାନ, ଜିଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ, ‘ସିଏସିଏଲ ଓଡ଼ିଶା’ର କନଭେନର ଜିକେ କର, ଏଆଇଟିୟୁସି ନେତା ଗୌରାଙ୍ଗ ପାଣିଗ୍ରାହୀ, ଶିଶୁ ଶ୍ରମିକ ଉଚ୍ଛେଦ ଦିଗରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ଗୋପାଳକୃଷ୍ଣ କର, ସିଡବ୍ଲ୍ୟୁସି ଚେୟାରମେନ ଡାକ୍ତର ମୃତ୍ୟୁଞ୍ଜୟ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶୁଶୁ ଶ୍ରମିକ ଆଇନ କାର୍ଯ୍ୟକାରିତାର ସଫଳ ଦିଗ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକ୍ରମରେ ଏଏଲଓ ଦୀପ୍ତି ରଞ୍ଜନ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଏଏଲଓ ଶ୍ରୀହରୀ ସାୟନ ସାମଲ, ବାଲେଶ୍ୱର ଚାଇଲଡ ଲାଇନର ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ