ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜୋନ୍ସ୍ତରୀୟ ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜୋନ୍ସ୍ତରୀୟ କ୍ଷୁଦ୍ର ନାଟକ, ବକ୍ତୃତା, ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି ।ଏହି ପ୍ରତିଯୋଗିତାରେ ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାର ସ୍କୁଲ ଲିଗାଲ ଲିଟେରେସି କ୍ଲବ୍ର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଜୋନ ୍ସ୍ତରୀୟ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଭଦ୍ରକର ବରାସ ଜବାହାର ନବୋଦୟ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଲେଶ୍ୱରର ରସାଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ମୟୁରଭଂଜ ରାଣିଭୋଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲା । ସେହିଭଳି ରଚନାରେ ଭଦ୍ରକ ବରାସ ଜବହାର ନବୋଦୟ ବିଦ୍ୟାଳୟ ଛାତ୍ର ପ୍ରଦୋଷ କୁମାର ପଣ୍ଡା ପ୍ରଥମ, ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଶିଳ୍ପୀ ସମୃଦ୍ଧି ମଲ୍ଲିକ ଦ୍ୱିତୀୟ ଏବଂ ମୟୁରଭଂଜ ମହୁଲିଆ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଜୟନ୍ତ କୁମାର ଜେନା ତୃତୀୟ ହୋଇଛନ୍ତି । ବକ୍ତୃତା ପ୍ରତିଯୋଗିତାରେ ଭଦ୍ରକର ବରାସ ଜବାହାର ନବୋଦୟ ବିଦ୍ୟାଳୟ ଛାତ୍ରୀ ଜ୍ୟୋତିପ୍ରଭା ସାହୁ ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ମହୁଲିଆ ମୟୁରଭଂଜର ଛାତ୍ର ଅଭିଜିତ୍ ଘୋଷ ଦ୍ୱିତୀୟ ଏବଂ ରେମୁଣା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଇତିଶ୍ରୀ ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅନୁରୂପ ଭାବେ ଚିତ୍ରାଙ୍କନ ପ୍ରତିଯୋଗିତାରେ ନୟନା କୁମାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦିସ୍ତୀରାଣୀ ଘଡାଇ ପ୍ରଥମ, ଜବାହାର ନବୋଦୟ, ବିଦ୍ୟାଳୟ ବରାସ, ଭଦ୍ରକ ଛାତ୍ର ଓମ୍ ପ୍ରକାଶ ପୋଇ ଦ୍ୱିତୀୟ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ମହୁଲିଆ ମୟୁରଂଜର ଛାତ୍ରୀ ଶ୍ରଦ୍ଧାରାଣୀ ମଣ୍ଡଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବାଲେଶ୍ୱର ଜିଲ୍ଲାଏବଂ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ର ଅଧ୍ୟକ୍ଷ ଭଗବାନ ପ୍ରଧାନ କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରିଥିଲେ । ଏହି ଅବସରରେ ବାଲେଶ୍ୱର ଜିଲ୍ଲା ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଚିନ୍ତାମଣି ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଲଳିତା ମଂଜରୀ ପଟ୍ଟନାୟକ, ବରିଷ୍ଠ ଦେୱାନୀ ବିଚାରପତି କୃଷ୍ଣଚନ୍ଦ୍ର ନାୟକ, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ରଂଜନ କୁମାର ପ୍ରଧାନ, ବାଲେଶ୍ୱର ଆର୍ଟ ଏଣ୍ଡ କଲଚର୍ ର ନିର୍ଦେଶିକା ମୀନା କୁମାରୀ ସାମଲ, ଶିକ୍ଷକ ଅଂଜନ କୁମାର ଚାନ୍ଦ, ସତ୍ୟସାଇ ବିଦ୍ୟାଳୟ କଳା ଶିକ୍ଷକ ମଳୟ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରିୟ ମହାନ୍ତି ଜୁରୀ ସଦସ୍ୟ ଭାବରେ ଉପସ୍ଥିତ ଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ, ସଚିବ ପ୍ରିୟରଂଜନ ଓଝା ପରିଚାଳନା କରିଥିବା ବେଳେ ପ୍ୟାନେଲ ଲୟର ସତ୍ୟେନ୍ଦ୍ର ଉମାଶଙ୍କର ରାଉତ ମଂଚ ପରିଚାଳନା କରିଥିଲେ ।