ଜିଲା କଂଗ୍ରେସର ପ୍ରତୀକ‘ଭାରତ ଜୋଡ଼ ପଦଯାତ୍ରା’

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼’ ପଦଯାତ୍ରାକୁ ସମର୍ଥନ ଜଣାଇ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତୀକ ପଦଯାତ୍ରା ଗୁରୁବାର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ସିନେମାଛକ ସ୍ଥିତ ଶହୀଦ ପାର୍କ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା ସହ ଷ୍ଟେସନ ଛକ ନିକଟରେ ଶେଷ ହୋଇଥିଲା । ଜିଲ୍ଲା ସଭାପତି ସଞ୍ଜୀବ ଗିରି ଶହୀଦ ପାର୍କରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଏହି ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମାସ୍ୟା, ସବୁ ସରକାରୀ ତଦନ୍ତକାରୀ ସଂସ୍ଥା ଯଥା ଇଡି, ସିବିଆଇ ସମେତ ନ୍ୟାୟପାଳିକାକୁ ହାତ ମୁଠାରେ ରଖି କେନ୍ଦ୍ର ସରକାର ନିଜ ସ୍ୱାର୍ଥ ହାସଲରେ ନିୟୋଜିତ କରିବା, ସଂସଦରେ ଲୋକଙ୍କ ସମାସ୍ୟା ସମ୍ପର୍କିତ ପ୍ରଶ୍ନ ଉତଥାପନ କରାଇ ନଦେବା, ଦେଶରେ ସାମ୍ପ୍ରଦାୟିକତାକୁ ପ୍ରୋତ୍ସହିତ କରାଯିବା ପ୍ରଭୃତିକୁ ନେଇ କଂଗ୍ରେସ ପକ୍ଷରୁ ଏହି ଭାରତ ଜୋଡ଼ ପଦଯାତ୍ରା ଆରମ୍ଭ ହୋଇଥିବା ଶ୍ରୀ ଗିରି ସୂଚନା ଦେଇଛନ୍ତି । ଏହି ପଦଯାତ୍ରା ୫ ମାସ ଧରି ଚାଲିବ ଏବଂ ଏଥିରେ ପ୍ରତ୍ୟେକ ଦିନ ୨୫କିମି ତଥା ମୋଟ ୩୫୭୦କିମି ରାସ୍ତା ଅତିକ୍ରମ କରି ରାଷ୍ଟ୍ରୀୟ ସମସ୍ୟା ଉପରେ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ବାଲେଶ୍ୱରରେ ଏହି ଏହି ପ୍ରତୀକ ପଦଯାତ୍ରା ସମୟରେ ସହର ଛକ ଓ ପାର୍କମାନଙ୍କରେ ଥିବା ମହାପୁରୁଷ ଯଥା ବିଜୁ ପଟ୍ଟନାୟକ,ଫକୀର ମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ , ସମରେନ୍ଦ୍ର କୁଣ୍ଡୁ ଓ ପୂର୍ବତନ ରାଷ୍ଟ୍ରପତି ଡ଼.ଅବଦୁଲ କଲାମଙ୍କ ପ୍ରତିମୂର୍ତିରେ କଂଗ୍ରେସ କର୍ମକର୍ତାମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଅର୍ଚ୍ଚନା ନନ୍ଦି, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପରମିତା ମହାନ୍ତି, ଜିଲ୍ଲା କଂଗ୍ରେସ ଉପ ସଭାପତି ଗୋପୀନାଥ ପାଢ଼ୀ, କର୍ମଚାରୀ କଂଗ୍ରେସର ରାଜ୍ୟ ଉପାଧ୍ୟକ୍ଷା ଜୋତ୍ସ୍ନା ସେନାପତି ଓ ଜିଲ୍ଲା ଅଧ୍ୟକ୍ଷ ବିକାଶ କୁମାର ଦାସ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଜିଲ୍ଲା କଂଗ୍ରେସ ସାଧରଣସମ୍ପାଦକ ସୁଧାଂଶୁ ଶେଖର ଜେନା, ସଦର ବ୍ଲକ ସଭାପତି ଜୟକୃଷ୍ଣ ବେହେରା, ଯୁବ ନେତା ସରୋଜ କୁମାର ଲେଙ୍କା, ମନୋରଞ୍ଜନ ନାୟକ, ବିଦ୍ୟାଧର ମହାନ୍ତି, ଜୀବନକୃଷ୍ଣ ବାରିକ, ଜୀବନ ମହାପାତ୍ର, ଅଜଗର ଅଲ୍ଲୀ, ସେକ ୟୁନୁସ, ବିଜୟ କୁମାର ମହାନ୍ତି, ଘନଶ୍ୟାମ ବେହେରା, ବିନତି ବାରିକ, ଜୟନ୍ତୀ ନାୟକ, ଶିବପ୍ରସାଦ ଜେନା, ଅନିତା ଜେନା, ବାସନ୍ତୀ ଗିରି, ଜଳଧର ମୁଣ୍ଡା, ବିଜୟ ମାଝୀ, ଚକ୍ରଧର ପ୍ରଧାନ, ଅଜୟ ବେହେରା, ବିଜୟ ମହାପାତ୍ର, ବିଦୁ ପ୍ରଧାନ, ଦୈତାରି ରାଉତ, ସଞ୍ଜୟ ପରିଡା ପ୍ରମୁଖ ଏହି ଭାରତ ଜୋଡ଼ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ