ଜିଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଓ ସର୍ଦ୍ଦାର ଜୟନ୍ତୀ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ଏବଂ ଦେଶର ପ୍ରଥମ ଗୃହମନ୍ତ୍ରୀ ଲୌହପୁରୁଷ ସର୍ଦ୍ଦାର ବଲଭ ଭାଇ ପଟେଲଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଅଣସଂଗଠିତ ଶ୍ରମିକ କର୍ମଚାରୀ କଂଗ୍ରେସର ଜିଲା ଅଧ୍ୟକ୍ଷ ବିକାଶ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପରମିତା ମହାନ୍ତି, ଜିଲ୍ଲା କଂଗ୍ରେସ ଉପ-ସଭାପତି ଗୋପୀନାଥ ପାଢ଼ୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ବାସନ୍ତୀ ନାୟକ, ପ୍ରତିମା ପଣ୍ଡା, ଶକୁନ୍ତଳା ଦାସ, ବିନତି ବାରିକ, ଅରୁଣ ଜେନା, ବିଧାନ ରାୟ, ଉଜ୍ୱଳ ଦାସଗସ୍ୱାମୀ ପ୍ରମୁଖ ଏଥିରେ ଯୋଗଦେଇ ଦୁଇ ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଶେଷ କରି ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଅବଦାନକୁ ସମସ୍ତେ ମନେ ପକାଇଥିଲେ । ଅନ୍ୟପକ୍ଷରେ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଠାରୁ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଓଡ଼ିଶା ପରିକ୍ରମା ଆଜିଠାରୁ ଶୁଭାରମ୍ଭ ହୋଇଥିବା ବେଳେ ବାଲେଶ୍ୱରରେ ଏହାକୁ କିପରି ସଫଳ କରାଯିବ ସେ ସମ୍ପର୍କରେ ଜିଲ୍ଲା କଂଗ୍ରସ ସଭାପତି ସଂଜୀବ କୁମାର ଗିରି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ