ଜିଲା କଂଗ୍ରେସ ପକ୍ଷରୁ ସହିଦ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା କଂଗ୍ରେସ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ତିରୋଧାନ ଦିବସକୁ ‘ସହିଦ ଦିବସ’ ସୋମବାର ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ଅଧ୍ୟକ୍ଷତା କରିବା ସହ ରାଷ୍ଟ୍ର ନିର୍ମାଣରେ ଜାତିର ଜନକଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ ଗୁଳି ମାଡ଼ରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପରଲୋକ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଦିନିଆ ଶୋକପାଳନ ଘୋଷଣା ଯୋଗୁଁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତ ଯୋଡ଼ ଶେଷ ପାଇଁ ପ୍ରସ୍ତାବିତ ଜାତୀୟ ପତାକା ଉତ୍ତୋଳନ ବନ୍ଦ ରହିଥିଲା । ଅନ୍ୟପକ୍ଷରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ପୁଷ୍ପାର୍ଘ୍ୟ ପ୍ରଦାନ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ଗିରିଙ୍କ ସମେତ ଉପ-ସଭାପତି କୃଷ୍ଣ ଗୋପାଳ ପଣ୍ଡା ଓ ଗୋପୀନାଥ ପାଢ଼ୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ବିକାଶ କୁମାର ଦାସ, ଅରୁଣ ଜେନା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଜୀବନ ମହାପାତ୍ର, ପ୍ରଶାନ୍ତ ପ୍ରଧାନ ନବ ପ୍ରସାଦ ଭୂୟାଁ, ଚନ୍ଦନ କୁମାର ପ୍ରଧାନ, ଭୀମ ଚରଣ ସିଂହ, ସୌରଭ ବେହେରା, ଚନ୍ଦନ ମାଝୀ ପ୍ରମୁଖ ଉପସ୍ଥିତ ରହି ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ