ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୁଦ୍ଧରେଜିଲାପରିଷଦ ଅଧ୍ୟକ୍ଷାଙ୍କ ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରା ତାଙ୍କୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଅଣ ଦେଖା କରାଯାଉଥିବା ଏକ ପ୍ରେସ ବିବୃତି ମାଧ୍ୟମରେ ଅଭିଯୋଗ ଆଣିଛନ୍ତି । ଗଜପତି ଜିଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଜଣେ ଦୁର୍ନୀତି ଗ୍ରସ୍ତ ଅଧିକାରୀ ବୋଲି ସେ ଏହି ପ୍ରେସ ବିବୃତି ମାଧ୍ୟମରେ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି । ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟରେ ଅନିୟମିତତା କରିବାପାଇଁ ବ୍ଲକ ସ୍ତରର କାର୍ଯ୍ୟକର୍ତ୍ତମାନଙ୍କ ସହାୟତା ନେଉଥିବା ମଧ୍ୟ ଅଭିଯୋଗ କରାଯାଇଛି । ଏହିପରି ସେ ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ଅଣଦେଖା କରିବା ସହ ତାଙ୍କର କୌଣସି କାର୍ଯ୍ୟକ୍ରମରେ ସୂଚୀ ରଖୁନାହାନ୍ତି । ସେ ବିଭାଗୀୟ ନିର୍ବାହୀ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ହାତ କରି ସମସ୍ତ କାର୍ଯ୍ୟକଳାପ କରୁଥିବାବେଳେ ଜିଲାପରିଷଦ ଅଧ୍ୟକ୍ଷଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ସେ ମଧ୍ୟ ବିଭିନ୍ନ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଜିଲାପରିଷଦ ଅଧ୍ୟକ୍ଷାଙ୍କୁ ଅଣଦେଖା କରି ନିଜସ୍ୱ ଶୌଳୀରେ କାର୍ଯ୍ୟକରୁଥିବା ଅଭିଯୋଗ ହୋଇଛି । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଧରି ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବେହେରା ନିବେଦନ ଜଣାଇଛନ୍ତି । ଏହି ପ୍ରେସ ବିବୃତି ସମୟରେ ଜିଲା ଭାଜପାର ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଜିଲା କୃଷକ ମୋର୍ଚ୍ଚାର ସଭାପତି ପ୍ରଶାନ୍ତ ପାଳ, ବାରିକ ଜେନା ପ୍ରମୁଖ ଉପସ୍ଥିତଥିଲେ ।