ଜିଲା ପରିଷଦ ସଭାପତି ନିର୍ବାଚନ ନିଦ୍ୱର୍ନ୍ଦରେ ବିଜୟୀ ହେଲେ ଗୀତାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ପଦକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କିନ୍ତୁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରବିବାର ପୂର୍ବାହ୍ଣରେ ନିଦ୍ୱନ୍ଦରେ ଜିଲ୍ଲା ପରିଷଦର ସଭାପତି ଭାବେ ବିଜୟୀ ହୋଇଛନ୍ତି ଗୀତାଞ୍ଜଳି ସେଠୀ । ସଭାପତି ପଦ ନିମନ୍ତେ ବିଜେଡି ପକ୍ଷରୁ କେବଳ ଡେରାବିଶ ବ୍ଲକର ଜୋନ ନମ୍ବର – ୧୩ରୁ ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶ୍ରୀମତୀ ସେଠୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ)ରେ ପୂର୍ବାହ୍ଣ ୧୦ଟାରେ ପହଞ୍ଚି ନିର୍ବାଚନ ଅଧିକାରୀ ତଥା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ନଥିଲେ । ତେଣୁ ନିର୍ବାଚନ ଅଧିକାରୀ ଗୀତାଞ୍ଜଳି ସେଠୀଙ୍କୁ ଜିଲ୍ଲା ପରିଷଦର ସଭାପତି ଭାବେ ନିଦ୍ୱନ୍ଦରେ ବିଜୟୀ ହୋଇଥିବା ଘୋଷଣା କରିଥିଲେ । ଏହାପରେ ଗୀତାଞ୍ଜଳି ଜିଲ୍ଲା ପରିଷଦ ସଭାପତିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ବିଦାୟୀ ସଭାପତି ମାନସ କୁମାର ପରିଡ଼ା ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଲିଲିତା ଦାସ, ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ମଧୁଛନ୍ଦା ମହାନ୍ତି, ୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି, ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶିନୀ ତରାଇଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟମାନେ ଉପସ୍ଥିତ ଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଦେବଦାସ ମହାନ୍ତି, ବିଜେଡି ଆଇନ୍‌ଜୀବୀ ସାମୁଖ୍ୟର ଆବାହକ ଭୀମସେନ ଭୂୟାଁ, କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ ସାହୁ, ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଗୀତାଞ୍ଜଳିଙ୍କ ବିଜୟରେ ତାଙ୍କ ସମର୍ଥକମାନେ ଡିଆରଡିଏ କାର୍ଯ୍ୟାଳୟ ବାହାରେ ଆସତବାଜି ଫୁଟାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ