ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଅନ୍ଲାଇନ୍ରେ ୧୪ ଦିନିଆ ମାଗଣା ଡ୍ରଇଂ, ଫଟୋଶପ୍ ଶିକ୍ଷା
ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ନେଇ ଗଞ୍ଜାମ ଜିଲାରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଡାଉନ୍ ଓ ପ୍ରତ୍ୟହ ୧୯ଘଣ୍ଟା ସଟ୍ଡାଉନ୍ ଜାରି ରହିଛି। ସମସ୍ତେ ଘରେ ରହିବାକୁ କୁହାଯାଇଛି l ଏଥି ନିମନ୍ତେ ବିଭିନ୍ନ କଟକଣା ଜାରି କରାଯାଇଛି l ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ସଚେତନତା ସହ ବିଭିନ୍ନ କାର୍ଯ୍ୟ କରୁଛନ୍ତି l ଏଥି ନିମନ୍ତେ ଲୋକ ମାନେ ଘରେ ରହୁଛନ୍ତି l ଘରେ ବୋରିଂରୁ ମୁକ୍ତି ପାଇବା ସହ ଶିକ୍ଷା ଗ୍ରହଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏକ୍ସଜେନ୍ ସହ ମିଶି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଅନଲାଇନରେ ସ୍କେଚିଙ୍ଗ, ଡ୍ରଇଂ ଓ ଫୋଟୋଶପ୍ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଇଛି। ୧୪ ଦିନିଆ ଏହି ମାଗଣା ସାର୍ଟିଫିକେଟ କୋର୍ସ ଚଳିତମାସ ୧୮ରୁ ଆରମ୍ଭ ହୋଇ ମେ ୧ ପର୍ଯ୍ୟନ୍ତ ଚାଲିବ ବୋଲି ଗଞ୍ଜାମ ଜଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।


