ଜିଲା ପ୍ରେସକ୍ଳବ ଠାରେ ବିଏମ ଏସର ଦୁଇଦିନିଆ ବୈଠକରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ, (ସୁନୀଲ କୁମାର ବେହେରା):ଭାରତୀୟ ମଜଦୂର ସଂଘରରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଅବସରରେ ଅଲ ଓଡିଶା ଅଙ୍ଗନବାଡି ୱାର୍କ ର୍ସ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ସମ୍ପାଦକ ଅଞଳୀ ପଟେଲ ଓ ରାଜ୍ୟ ସାଧାରଣ ସଂମ୍ପାଦିକା ଝୁନୁପମା ଶତପଥି ଯୋଗଦେଇଥିଲେ।ଅଲ ଓଡିଶା ଅଙ୍ଗନବାଡି ଆସୋସିଏସନ ଭାରତୀୟ ମଜଦୂର ସଂଘ ସହ ଅନୂବନ୍ଧିତ ହୋଇଛି।ଦୀର୍ଘ୪୫ଦିନ ର କାର୍ଯ୍ୟ ବନ୍ଦ ଆନ୍ଦୋଳନ ପରେ ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବ ଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଆଠ ଦଫା ଦାବୀ ପୁରଣ ପାଇଁ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୋୖଣସି ପଦକ୍ଷେପ ନେଇ ନଥିବାରୁ ଆସନ୍ତା ମାର୍ଚ୍ଚ ୯ତାରିଖ ପରେ ପୁନର୍ବାର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦିଆଯାଇଛି।ଫେବୃୟାରୀ ୧୫ତାରିଖ ସୁଦ୍ଧା ଦାବୀ ପୁରୁଣ କରିବାକୁ ବିଭାଗୀୟ ସଚିବ ଙ୍କ ସହ ଆଲୋଚନା ହୋଇଥିଲା।ତେଣୁ ପ୍ରଥମେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେଦାବୀପତ୍ର ପ୍ରଦାନ କରାଯିବ। ଦିନିକିଆ ଧାରଣା ସହ ପ୍ରତିବାଦ ସଭା ଅନୁଷ୍ଠିତ ହେବାକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।ସରକାରଦାବୀ ପୂରଣରେ ଅବହେଳା କଲେ ଆନ୍ଦୋଳନ ତୀବ୍ରତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ଅବସରରେ ବିଏମ ଏସର ରାଜ୍ୟ ସମ୍ପାଦକ ବିନୟ ତ୍ରିପାଠୀ, ଉପ ସଭାପତି ଏ ଶ୍ରୀନିବାସ ରାଓ ,ସଂଗଠନ ସମ୍ପାଦକ ଗିରିଷ ମହନ୍ତ ଓ ବିଏମ ଏସର ଜିଲା ସଭାପତି ଅଶୋକ ପରିଡା ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ