ଜିଲା ବ୍ରାହ୍ମଣ ସମିତି ଅଧିବେଶନ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତିର ୧୦୪ତମ ଅଧିବେଶନ ସଭାପତି ଡା. ଶ୍ରୀଶ କୁମାର ଦାଶଙ୍କ ପୌରହିତ୍ୟରେ ଦାମୋଦରପୁର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଗୌରଚନ୍ଦ୍ର ଦାଶ ବୈଠକରେ ବିବରଣୀ ପାଠ କରିଥିଲେ । ଜିଲା ବ୍ରାହ୍ମଣ ସମିତି ଦ୍ୱାରା ପ୍ରସ୍ତାବିତ ବୈଦିକ କର୍ମକାଣ୍ଡ ବିଦ୍ୟାଳୟ, କଲ୍ୟାଣ ମଣ୍ଡପ ନିର୍ମାଣ ଏବଂ ସମସ୍ତ ମଣ୍ଡଳ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳରେ ସଭ୍ୟସଂଖ୍ୟା ବୃଦ୍ଧି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ଗୃହୀତ ହୋଇଥିଲା । ଚଳିତ ବର୍ଷ ବାର୍ଷିକ ସାଧାରଣ ସଭା ଆସନ୍ତା ଜାନୁଆରୀ କିମ୍ବା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଗଲା । ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରି ବାଲେଶ୍ୱରରୁ ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଙ୍ଘକୁ ଉତ୍ତର ଓଡ଼ିଶା ଜୋନାଲ୍ ଉପ-ସଭାପତି ଭାବେ ମନୋନୀତ ହୋଇଥିବାରୁ ତାଙ୍କ ନାମକୁ ବୈଠକରେ ଅନୁମୋଦନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପଣ୍ଡିତ ଶକ୍ତିପଦ ପଣ୍ଡା, ହରେକୃଷ୍ଣ ପଣ୍ଡା, ଭୃଗୁରାମ କର, ନିରାକାର ଦାଶ, ସରୋଜ ନାରାୟଣ ଷଡ଼ଙ୍ଗୀ, ବୈଦ୍ୟନାଥ ଆଚାର୍ଯ୍ୟ, କ୍ଷୀତିଶ ଚନ୍ଦ୍ର ପଣ୍ଡା, ରାଧାକୃଷ୍ଣ ଆଚାର୍ଯ୍ୟ, ଦେବବ୍ରତ ପାଣିଗ୍ରାହୀ, ସୁମନ୍ତ ପାଢ଼ୀ, ଲକ୍ଷ୍ମୀଧର ପଣ୍ଡା, ପ୍ରଶାନ୍ତ ଶତପଥୀ, ପ୍ରଦୀପ ଚକ୍ରବର୍ତ୍ତୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ହରିଶ୍ଚନ୍ଦ୍ର ପତି ଆଦି ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପଣ୍ଡିତ ସର୍ବେଶ୍ୱର ପତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ