ଜିଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ନେତାଜୀ କ୍ଲବ ଚମ୍ପିୟାନ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ପକ୍ଷରୁ ସ୍ଥାନୀୟ ପରମିଟ ପଡ଼ିଆରେ ଅନୁଷ୍ଠିତ ଜିଲାସ୍ତରୀୟ ଭଲିଭଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଅଂଶଗ୍ରହଣ କରିଥିବା ୨୦ଟି ଦଳଙ୍କ ମଧ୍ୟରୁ ବାଲେଶ୍ୱର ସ୍ପୋଟର୍ସ ହଷ୍ଟେଲ ଓ ସାହାସପୁରା ନେତାଜୀ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଖେଳରେ ସ୍ପୋଟର୍ସ ହଷ୍ଟେଲକୁ ୩-୦ ସେଟ୍‌ରେ ହରାଇ ସାହାସପୁରା ନେତାଜୀ କ୍ଲବ ଚମ୍ପିୟାନ୍ ହୋଇଥିଲା । ମ୍ୟାଚ ଦେଖିବା ପାଇଁ ଭଲିବଲ ପ୍ରେମୀଙ୍କ ପରିମିଟ ପଡିଆରେ ଭିଡ଼ ପରିଲକ୍ଷିତ ହୋଇଥିଲା । ମ୍ୟାଚ ପରେ ଆୟୋଜିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ । ବାଲେଶ୍ୱର ଜିଲା ସମଗ୍ର ରାଜ୍ୟରେ କେମିତି ଏକ ନମ୍ବର ହେବ ସେ ନେଇ ଖେଳାଳିମାନେ ଅଭ୍ୟାସ ଓ ପ୍ରଚେଷ୍ଟା ଜାରି ରଖିବାକୁ ଶ୍ରୀ ମହାପାତ୍ର ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବାଲେଶ୍ୱର ଜିଲା ଭଳିବଲ ଖେଳରେ ସମଗ୍ର ରାଜ୍ୟରେ ସର୍ବଦା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଆସିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ଅତିଥିଦ୍ୱୟ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ । ଏଥି ସହିତ ଫୁଟବଲ ରେଫେରୀ ପ୍ରଦୀପ ଦାସଙ୍କ ସମେତ ଭଲିବଲ ସ୍ମାସର ଦୁଲବା ବେସରା, ଶ୍ରେଷ୍ଠ ଲିବେର ନେତାଜୀ କ୍ଲବର ପ୍ରଣବ ସାହାଣୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ପ୍ରାକ୍ତନ ଭଳିବଲ ଖେଳାଳି ନିରଞ୍ଜନ ବେହେରାଙ୍କ ପ୍ରଦତ୍ତ ଗୋଟିଏ ଲେଖାଏଁ ଭଳିବଲ ଓ ଗୋଟିଏ ଲେଖାଏଁ ଫଳଚାରା ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଟିମ୍‌କୁ ପ୍ରଦାନ କରାଯାଇଥିଲା । ଅମର ମହାନ୍ତି, ସୁଜୟ କୁମାର ଆଚାର୍ଯ୍ୟ, ପ୍ରଦୀପ କୁମାର ଦାସ, ସଞ୍ଜୟ ଲେଙ୍କା, କାର୍ତ୍ତିକଚନ୍ଦ୍ର ନାୟକ, ନିମାଇ ଚରଣ ରାଉତରାୟ, ସାଦିକ ଅଲି ଖାଁ, ଜନ୍ମେଜୟ ଦେ, ଚିତ୍ତରଞ୍ଜନ ପାଶା, ସଞ୍ଜୀତ କୁମାର ଦାସ ପ୍ରମୁଖଙ୍କ ସମେତ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ