ଜିଲା ସ୍ତରୀୟ ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଇତିଶ୍ରୀଙ୍କୁ ସମ୍ବର୍ଦ୍ଧନା

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ସ୍ତରୀୟ ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଇତିଶ୍ରୀ ନାୟକଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସିଆରସିସି ପ୍ରଫୁଲ୍ଲ କୁମାର ଦାସଙ୍କ ସଂଯୋଜନା ତଥା ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଇତିଶ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ନିତୁସ୍ମିତା ଗିରି, ରମାକାନ୍ତ ରାୟ, ଶୁଭଶ୍ରୀ ବେହେରା, ମଧୁସ୍ମିତା ରାଉତ, ଡଲିରାଣୀ ଦାସ, ମଧୁସ୍ମିତା ନାୟକ, ନମିତା ଜେନା, ଶରତ ନାୟକ, କର୍ମଚାରୀ ଜଗନ୍ନାଥ ପତି ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ପ୍ରକାଶ ଯେ, ଇତିଶ୍ରୀ ଗଣିଜାଙ୍ଗସ୍ଥିତ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠର ୯ମ ଶ୍ରେଣୀର ଛାତ୍ରୀ ଅଟନ୍ତି । ଗତ ୧୬ ତାରିଖରେ ଭଦ୍ରକ ହାଇସ୍କୁଲ ଠାରେ ୮୨ତମ ସହିଦ ସ୍ମୃତି ସମିତି ଲୁଣିଆ ଆନୁକୂଲ୍ୟରେ ଜିଲା ସ୍ତରୀୟ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଇତିଶ୍ରୀ କନିଷ୍ଠ ବର୍ଗରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାଙ୍କୁ ଜିଲା ସ୍ତରରେ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସେ ଛୟାଳସିଂହ ପଞ୍ଚାୟତ ଗଣ୍ଡକୁରା ଗ୍ରାମର ବ୍ରହ୍ମାନନ୍ଦ ନାୟକ ଓ ଜ୍ୟୋତିରାଣୀ ନାୟକଙ୍କ କନ୍ୟା ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ